ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକାରୀ ବୈଠକ ।

0 272

ମାଲକାନଗିରି,୦୬/୦୩(ପିପିଟି) :ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ଅଧକ୍ଷତା କରି ଥିଲା ବେଳେ ପ୍ରଥମେ ସାଧାରଣ ସମ୍ପାଦକ ଏରା ପଡିଆମି ବିବରଣୀ ପାଠ କରିଥିଲେ । ଏହି ବୈଠକରେ ଜିଲ୍ଲାରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଯଥା ଏମଜିଏନଆରଇଜିଏ ଯୋଜନାରେ କାମ ନ ପାଇବା, କାମ ପାଇଲେ ମଧ୍ୟ ଠିକ ସମୟରେ ମଜୁରୀ ନ ପାଇବା, କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା, ରାଜ୍ୟ ବାହାରକୁ କାମ କରିବାକୁ ଯାଇ ନିର୍ଯ୍ୟାତିତ ହେବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଂଗଠନକୁ ମଜବୁତ କରିବା ସହିତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରମିକ ଯୋଡ ଅଭିଯାନ ମାଧ୍ୟମରେ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ଗୁଡ଼ିକରେ ବୈଠକ କରିବାକୁ ଆଲୋଚନା ହୋଇଥିଲା । ଆଗାମୀ ଶ୍ରମିକ ଦିବସକୁ ଧୁମଧାମରେ ପାଳନ କରିବାକୁ ମତ ପ୍ରକାଶ ପାଇଥିଲା । ସଚେତନତା ଅଭାବରୁ ମୁଖ୍ୟତଃ ଶ୍ରମ କାର୍ଡ ନକରିବା, ଶ୍ରମ କାର୍ଡ ଥାଇ ମଧ୍ୟ ସୁବିଧା ସୁଯୋଗ ପାଉନଥିବା ସମ୍ପର୍କରେ ଆଲୋଚନା କରାଯାଇ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଉପସଭାପତି ରାଜ କିଶୋର ହାତୀ ଓ ସୁଲତା ପଡିଆମି, ସହ ସମ୍ପାଦକ ମଦନ ହନ୍ତାଳ ଓ ତ୍ରିନାଥ ବଡ଼ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଜଗା ମାଡକାମୀ, ଶୁକ୍ରା ଗୁରୁତେଲି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିତ କୁଞ୍ଜମୀ, ଗଙ୍ଗା ପଡିଆମି, ଇର୍ମା ମାଡକାମୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।ଶେଷରେ ଶ୍ରୀ ବଳରାମ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.