କୋଦଳା,୧୭/୦୨(ପିପିଟି): ଶିକ୍ଷା ସଚେତନା ଓ ଯୋଗାଯୋଗ ଉପକ୍ରମ ରେ ଓଡିଶା ସରକାରଙ୍କ ଭାଷା ସଂସ୍କୃତି ବିଭାଗ ତରଫରୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ଲୋକକଳା ମାଧ୍ୟମରେ ପରିବେଷଣ କରାଯାଉଥିବା ବେଳେ ଶନିବାର ବେଗୁନିଆପଡା ବ୍ଲକ ମର୍ଦ୍ଦାମେଖ ପଞ୍ଚାୟତରେ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲା କଳା ସଂସ୍କୃତି ଉପସଭାପତି ସନ୍ତୋଷ କୁମାର ପାଢ଼ୀ,ବ୍ଲକ କଳା ସଂସ୍କୃତି ଉପ ସଭାପତି ମହେଶ୍ୱର ବରାଡ଼,ଆସିକା କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶକ ହୃଷିକେଶ ମେହେଣା ପ୍ରମୁଖ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଶିକ୍ଷା ସଚେତନତା କାର୍ଯ୍ୟକ୍ରମକୁ ପରିବେଷଣ କରିଥିଲେ । ଏହିପରି ରାଜ୍ୟ ସରକାର ସଂସ୍କୃତି ବିଭାଗର କାର୍ଯ୍ୟକୁ ଜନସାଧାରଣ ଭୁଆଁସୀ ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)