ସମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓୟୁଜେ କଲା ଦାବୀ।

0 320

ପୋଲସରା, ୦୬/୦୨(ପିପିଟି) : ମାନଙ୍କ ସୁରକ୍ଷା ଓ ସେମାନଙ୍କୁ ପେନସନ ପ୍ରଦାନ ଦାବୀରେ ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉର୍ଦ୍ଧେଶ୍ୟରେ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ମଙ୍ଗଳବାର ଛତ୍ରପୁର ସ୍ଥିତ ତାଙ୍କ କାର୍ଯ୍ୟାଳୟ ପରିସରରେ ଦାବୀପତ୍ର ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଆଇନ ଲାଗୁ କରିବାକୁ ଦାବୀ ହୋଇଛି । ହରିୟାଣା, ଆସାମ,ମଧ୍ୟପ୍ରଦେଶ,ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ସରକାର ସମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ମଧ୍ୟ ସାମ୍ବାଦିକଙ୍କୁ ପେନସନ ଲାଗୁ କରିବା ପାଇଁ ସଂଘ ଦାବୀପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ବେଳେ ଓଡିଶା ସାମ୍ବାଦିକ ୟୁନିୟନ ଗଂଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ,ସମ୍ପାଦକ ସଦାଶିବ ପଣ୍ଡା,ରବୀନ୍ଦ୍ର ପଣ୍ଡା,ଏ.ରାଜାରାଓ,ରାଜଗୋପାଳ ପାଢ଼ୀ,ସନ୍ତୋଷ କୁମାର ପଣ୍ଡା,ରବୀନ୍ଦ୍ର ନାଥ ପଣ୍ଡା,ସନ୍ତୋଷ କୁମାର ମିଶ୍ର,ଟି. ଶରତ କୁମାର ସୁବୁଦ୍ଧି କେ,ସତ୍ୟନାରାୟଣ ରେଡ୍ଡୀ,କ୍ରିଷ୍ଣା ଚନ୍ଦ୍ର ପ୍ରଧାନ,ଅଜିତ ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.