ହରିହରଯୋର ଠାରେ ଇକୋ ଟୁରିଜିମ ପ୍ରକଳ୍ପ ର ଶୁଭାରମ୍ଭ।

0 253

ଉଲୁଣ୍ଡା,୦୫/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ହରିହରଯୋର ଡ୍ୟାମ ଠାରେ ସୁବର୍ଣ୍ଣପୁର ବନଖଣ୍ଡ ଦ୍ୱାରା ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପକୁ ଆଜି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର (ଆର.ସି.ସି.ଏଫ), ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି l ପ୍ରକାଶଥାଉକି ଜିଲ୍ଲା ତଥା ସୁବର୍ଣ୍ଣପୁର ବନଖଣ୍ଡରେ ଏହା ଏକ ମାତ୍ର ଇକୋ ଟୁରିଜିମ ପ୍ରକଳ୍ପ ଏଠାରେ ବୋଟିଙ୍ଗ ସୁବିଧା ସହ ବିଶ୍ରାମଗାର, ପିକନିକ ସ୍ପଟ, ଶୌଚାଳୟ, ଯାନବାହାନ ପାର୍କିଂ ବ୍ୟବସ୍ତା ସହ ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ମିଳିପାରିବ l ଡ୍ୟାମ ମଧ୍ୟରେ ନୌକା ବିହାର କରି ପ୍ରକୃତିର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଅଛି l ଏହି ପର୍ଯ୍ୟଟନ ଶିଳ୍ପ ଇକୋ ଟୁରିଜିମ କୁ ଖଜୁରିଆପାଲି ବନ ସୁରକ୍ଷା ସମିତି ର ସଭାପତି, କୋଷାଧକ୍ଷ, ବନସହାୟକ ଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଇକୋ ଟୁରିଜିମ ସୁପରିଚାଳନା ପାଇଁ ଖଜୁରିଆପାଲି ବନ ସୁରକ୍ଷା ସମିତି କୁ ଦାୟିତ୍ୱ ଦିଆଯାଇଥିଲା l ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ମଦନଲାଲ ଶର୍ମା, ଏସିଏଫ ଗିରିଧାରୀ ନାଗ, ଏସିଏଫ ଅବିନାଶ ବରିହା, ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସଂଜୀବ କୁମାର ରାଉତ, ଏବଂ ବନବିଭାଗ ର ସମସ୍ତ କର୍ମଚାରୀ ଙ୍କ ସମେତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ୟ ଉଲୁଣ୍ଡା, ଓଏଫସଡିପି ଏବଂ ପି -ଏନଜିଓ ର ସମସ୍ତ କର୍ମଚାରୀ, ଯାଲୋଏ ବନପାଳ ପ୍ରଦୀପ କୁମାର ଜେନା, ବନରକ୍ଷୀ ରଘୁମଣୀ ଭୋଇ, ପ୍ରକୃତିବନ୍ଧୁ ସତ୍ୟଜିତ ଗଡୁଆ ଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ଇକୋ ଟୁରିଜିମ ଉଦଘାଟନ କରିବା ସହ ନୌକା ବିହାର କୁ ଉପଭୋଗ କରିଥିଲେ l ଅଂଚଳରେ ପ୍ରଥମ ଇକୋ ଟୁରିଜିମ ପ୍ରକଳ୍ପର ଶୁଭାରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.