ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୩, ମହାମହିମ ରାଜ୍ୟପାଳ କରିଲେ ଉଦଘାଟନ।

0 101

ରାଜସୁନାଖଳା,୦୮/୧୨(ପିପିଟି):ଆଜିଠାରୁ ଧୁମଧାମରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩। ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟପଟେ ରାଜ ଭବନରୁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ମହାମହିମ ରାଜ୍ୟପାଳଙ୍କ ଗସ୍ତର ସମୟ ସୀମା ନିର୍ଧାରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀ ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ସହ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା। ଆଜି ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ଅତିଥି ଆମନ୍ତ୍ରିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ବିଗତ ଦିନରେ ମହାମାରୀ କୋରନା କାରଣରୁ ସମଗ୍ର ରାଜ୍ୟରେ ଉତ୍ସବ ମହୋତ୍ସବ ବନ୍ଦ ଥିବାବେଳେ ରାଜସୁନାଖଳା ମହୋତ୍ସବ କମିଟି ଡିଜିଟାଲ ମହୋତ୍ସବ କରି ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା। ଏହି ମହୋତ୍ସବ ୮ ତାରିଖ ରୁ ଆରମ୍ଭ ହୋଇ ଡିସେମ୍ବର ୧୨ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ମହା ମହିମ ରଘୁବର ଦାସ, ନୟାଗଡ଼ ଜିଲ୍ଲା ପାଳ ରବିନ୍ଦ୍ର ନାଥ ସାହୁ,ମୂଖ୍ୟବକ୍ତା ସମ୍ବିତ ପାତ୍ର, ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ର,ଅଧକ୍ଷ ରଣପୁର ବାର ଖସୋସିଏସନ ଗିରିଜା କାନ୍ତ ମହାପାତ୍ର,ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ,ସମ୍ପାଦକ ଚିତ୍ତରଂଜନ ପ୍ରଧାନ, ଓ ସୂଚନା ଲୋକସମ୍ପର୍କ ବିଭାଗ ର ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.