ବାତ୍ୟା ମିଗଜୋମ ଲଗାଣ ବର୍ଷାରେ ଭୁସୁଡ଼ିଲା ସୁରେନ୍ଦ୍ରଙ୍କ ମାଟି ଟାହିଲି ଖପର ଛପର ବାସଗୃହ।

0 270

ବୋଲଗଡ଼ ,୦୮/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଖଲିକୋଟ ଗ୍ରାମ ସୁରେନ୍ଦ୍ର ମହାପାତ୍ର ଙ୍କର ଗରିବ ପରିବାର ରହୁଥିବା ପୁରାତନ ମାଟି କାନ୍ଥ ତଥା କଚା ବାସଗୃହ ଟି ଲଗାଣ ବର୍ଷାରେ ୬ତାରିଖ ଦ୍ବିପ୍ରହର ସମୟରେ ଅଚାନକ ଭୁଶୁଡି ପଡିଛି। ଫଳରେ ତାଙ୍କର ଏହି ପୂର୍ବ ପୈତୃକ ଜରାଜୀର୍ଣ ପୁରୁଣା ମାଟିକାନ୍ଥ ଘରର ଛପର ଏବଂ ମାଟି ଆଟୁ ସହିତ ମାଟି କାନ୍ଥର କେତକ ଅଂଶ ଭାଙ୍ଗି ତଳେ ପଡିଛି। ଉକ୍ତ କଚ୍ଚା ଘରେ ସୁରେନ୍ଦ୍ର ତାଙ୍କ ଝିଅ ପୁଅ ପତ୍ନୀ ଓ ତାଙ୍କ ମାଆ ରହୁଥୁଲେ।ଜମିବାଡି କହିଲେ କିଛି ବି ନାହିଁ। ରାସନ ଚାଉଳ ଏକ ମାତ୍ର ଭରସା। ଆର୍ଥିକ ଅଭାବ ଯୋଗୁଁ ସେ ଦିନମଜୁରିଆ କାର୍ଯ୍ୟକରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲା ବେଳେ ସେମାନେ ରହୁଥୁବା ପୁରୁଣା ମାଟି ଘର ଟିକୁ ପୁନର୍ଦ୍ଧାର କରି ପାରିନଥିଲେ। ସୌଭାଗ୍ୟ ବଶତଃ ଘରଟି ଭୁଶୁଡିଯିବା ସମୟରେ ଘର ଭିତର କେହି ପରିବାର ଲୋକେ ନଥିବା କାରଣ ରୁ ଜୀବନ ପ୍ରତି ବିପଦ ରୁ ବର୍ତ୍ତି ଯାଇଥିଲେ।ହେଲେ ଘର ଭୁଶୁଡି ଭାଙ୍ଗି ଯିବା ପରେ ଏହି ପରିବାର କେଉଁ ଠାରେ ଶୀତ ଋତୁରେ ମୁଣ୍ଡ ଗୁଂଜିବେ ସେହି ଚିନ୍ତାରେ ପଡିଛନ୍ତି ତାଙ୍କ ପରିବାର। ସୁରେନ୍ଦ୍ର ଆବାସ ଯୋଜନା ରେ ଆବେଦନ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନାର ସୁଫଳ ପାଇପାରି ନାହାନ୍ତି ବୋଲି କହିଛନ୍ତି। ତେବେ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇ ଆବାସ ଯୋଜନାରେ ଘର ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ପତ୍ନୀ ସରୋଜିନୀ ମହାପାତ୍ର ଓ ସ୍ୱାମୀ ସୁରେନ୍ଦ୍ର ମହାପାତ୍ର ଅନୁରୋଧ କରୁଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.