ଶିକ୍ଷାବିତ୍ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ।

0 119

ଖୋର୍ଦ୍ଧା,୦୪/୧୨(ପିପିଟି) :ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟି ର ଅନ୍ୟତମ ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ତଥା ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ। ୧୬ ନଭେମ୍ବର ୧୯୦୫ଜନ୍ମଗ୍ରହଣ କରିଥିଲେ ୫ଅକ୍ଟୋବର ୧୯୭୦ ଇହଧାମ ତ୍ୟାଗ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଦଶଥର ଇଂଗ୍ରେଜ ମାନଙ୍କ ଦ୍ଵାରା କାରାଗାରରେ ବନ୍ଦୀ ଜୀବନ କାଟିଥିଲେ। ବନ୍ଦୀ ଜୀବନ ସମୟରେ ସେ ୪୫ଦିନ ଅନଶନ ଚଳାଇ ଥିଲେ। ଓଡ଼ିଶା କୃଷକ ଆନ୍ଦୋଳନ, ସାମ୍ୟବାଦ ଆନ୍ଦୋଳନ, ଗଡଜାତ ପ୍ରଜା ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନ କୁ ସ୍ୱର ଉତ୍ତୋଳନ କରିବା ସହିତ ଓଡ଼ିଶା ର ଶିକ୍ଷା ଆନ୍ଦୋଳନ ରେ ଭାଗନେଇ ଶ୍ରେଣୀ ହୀନ ସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ। ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାର କଂଗ୍ରେସ ଓ ସମାଜବାଦୀ ପାର୍ଟି ର ପ୍ରଥମ ସଭାପତି ଥିଲେ।ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳମାନଙ୍କରେ ଜନସେବା ରେ ମୂଖ୍ୟ ଭୂମିକା ରେ ଦାୟୀତ୍ୱ ନେଉଥିଲେ। ଶିକ୍ଷା କ୍ଷେତ୍ରରେ ପ୍ରାଣନାଥ ଙ୍କର ଅତୁଳନୀୟ ଅବଦାନ ଥିଲା। ଯାହାକି ଜଟଣୀ ହାଇସ୍କୁଲ ପ୍ରତିଷ୍ଠା ପରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବରୁଣେଇ ପାହାଡ଼ ପାଦଦେଶରେ ଏକ କଲେଜ ପ୍ରତିଷ୍ଠା କରିଥିଲେ। ଏହି କଲେଜ ଏବେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନାମରେ ରାଜ୍ୟର ଏକ ସ୍ୱନାମଧନ୍ୟ କଲେଜ ଭାବରେ ପ୍ରତିଷ୍ଠିତ ହୋଇପାରିଛି। ସେପରି ନିଜର ସୃଜନ ଚିନ୍ତାକୁ ଉପସ୍ଥାପିତ କରି ସେ ଲେଖିଥିଲେ ‘ଆସନ୍ତା କାଲି ର ସାହିତ୍ୟ ‘ ସେ କମ୍ୟୁନିଷ୍ଟ ପାର୍ଟି ର ଇତିହାସ ରଚନା କରିଥିଲେ। ଦଳର ମୁଖପତ୍ର ‘ନୂଆ ଦୁନିଆ’ର ସଂପାଦକ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.