ପୋଲସରା , ୨୭/୧୧(ପିପିଟି): ସ୍ଥାନୀୟ ମହାଲିଙ୍ଗେଶ୍ୱର ମନ୍ଦିର ଜିଲୁଣ୍ଡା ଠାରେ କନକ ଦୁର୍ଗା ବିଦ୍ୟା ପୀଠ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ ଙ୍କ ନିର୍ଦ୍ଧେଶ ରେ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଙ୍କ ତତ୍ଵାବଧାନରେ ବିଦ୍ୟା ପୀଠ ର ସ୍କାଉଟ ମାନଙ୍କ ଦ୍ଵାରା ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ସ୍କାଉଟ ମାନେ ଭକ୍ତ ମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ରେ ମନ୍ଦିର ଭିତର କୁ ଛାଡିବା, ଭକ୍ତ ମାନଙ୍କ ସାଇକେଲ ସଜାଇ ରଖିବା, ଭକ୍ତ ମାନଙ୍କ ଜୋତା ସଜାଇ ରଖିବା,ଓ ଦୀପ ଲଗାଇବା କାର୍ଯକ୍ରମ ରେ ସହଯୋଗ କରିବା,ଓ ଭକ୍ତ ମାନଙ୍କୁ ପଲିଥିନ ବ୍ୟବହାର ନ କରିବା ପାଇଁ ପ୍ରବର୍ତ୍ତାଇଥିଲେ, ଯାନବାହାନ ଗୁଡ଼ିକୁ ଯଥା ସ୍ଥାନ ରେ ରଖିବା ପାଇଁ ସାହାଯ୍ୟ କରିବା ଇତ୍ୟାଦି ରେ ସହଯୋଗ କରିଥିଲେ। ପରିଶେଷରେ ମନ୍ଦିର ପରିସର ଭିତରେ ଥିବା କଦଳୀ ଚୋପା, ଧୂପକାଠୀ ଖୋଲ, ଓ ବ୍ୟବହୃତ ହୋଇଥିବା ଦୀପ ଗୁଡ଼ିକୁ ସଫେଇ କରିଥିଲେ। ମନ୍ଦିର ପରିସର ବାହାରେ ଏକ ସଫେଇ କାର୍ଯକ୍ରମ କରାଯାଇଥିଲା।ଉକ୍ତ କାର୍ଯକ୍ରମ କୁ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ପରିଚାଳନା କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପୋଲସରା ର ସ୍କାଉଟ୍ ଶିକ୍ଷକ ନୀଳକଣ୍ଠ ମହାରଣା ,ବୁଢେଇସୁଣି ଗୋଠଳି ହାଇ ସ୍କୁଲ ର ସ୍କାଉଟ ଶିକ୍ଷକ ହରିହର ସାହୁ ସହଯୋଗ କରିଥିଲେ।ମନ୍ଦିର ପରିସର ଭିତରେ ଏଭଳି ସେବା କାର୍ଯ କରାଯାଇଥିବାରୁ ପରିଚାଳନା କମିଟି ପ୍ରଶଂସା କରିଥିଲେ ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା