ବୋଲଗଡ଼,୨୭/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରଧ୍ୟ ଦେବ ପଶ୍ଚିମେଶ୍ୱର ଙ୍କ ପୀଠରେ ୫ଦିନଧରି ଚତୁର୍ବିଂଶ ତମ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉ ଅଛି। ତାଳତୁମ୍ବ ଗ୍ରାମ ସମେତ ପଡୋଶୀ ଗ୍ରାମ ଓ ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମହାଯଜ୍ଞ ରେ ଯୋଗଦାନ କରିବାର ଦେଖିବାକୁ ମିଳିଛି । ଆରାଧ୍ୟ ଠାକୁର ପଶ୍ଚିମେଶ୍ୱର ଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି।ପଞ୍ଚୁକର ପ୍ରଥମ ଦିନରେ ଅଙ୍କୁର ରୋପଣ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ଜଳ କଳସ ଧରି ସୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମହାଯଜ୍ଞ ସ୍ଥଳୀ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ।ତତ ସହିତ ଦେବତା ଆବାହନ ଏବଂ ଅଗ୍ନି ସଂସ୍କାର କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ୨୬ତାରିଖ ଓ ୨୭ ତାରିଖରେ ଆଚାର୍ଯ୍ୟ ମାନଙ୍କଦ୍ୱାରା ଶ୍ରୀମଦ୍ ଭାଗବତ ଗୀତା ଆହୁତି, ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଲା ପୂଜା, ରୁଦ୍ର ଅଷ୍ଟାଧ୍ୟାୟି, ରାଷ୍ଟ୍ର ହୋମ, ଦୁର୍ଗା ସପ୍ତଶତୀ ପୂଜା ଓ ପରିଶେଷରେ ପୂର୍ଣାହୁତି ଦିଆଯାଇଛି। ଏହି ପୁର୍ଣାହୁତି ରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଉ ଥିବାର ଦେଖିବାକୁ ମିଳିଅଛି । ଏହି ଅବସରରେ ପ୍ରତେହ ରାତ୍ରରେ ବାଦୀ ପାଲା ପରିବେଷଣ କରାଯାଉଅଛି।ସେହିପରି ଅସରଳା ଦଳ ପଞ୍ଚାୟତ ର ଜେନାମଣି ଙ୍କ ପୀଠରେ ପଞ୍ଚାୟତ ବାସୀଙ୍କ ସହଯୋଗରେ କାର୍ତ୍ତିକେଶ୍ୱର ଙ୍କ ପୂଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳନ କରାଯାଉଅଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)