ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ।

0 282

କୋଦଳା,୨୫/୧୧(ପିପିଟି): ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷ ଡଃ ଦତ୍ତାରାମ ବିଶୋୟୀଙ୍କ ତତ୍ତ୍ବାବଧାନରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ ଶିକ୍ଷ୍ୟାବିତ୍ତ ପ୍ରଫୁଲ କୁମାର ରଥ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପକ ସରୋଜ କୁମାର ଆଚାର୍ଯ୍ୟ,ଡିଇଓ ସମୀର ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଧ୍ୟାପକ ତଥା ନୋଡାଲ ଅଫିସର ହୃଷୀକେଶ ପ୍ରହରାଜ, କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ସରକାରଙ୍କ ଯୁବ ନେତୃତ୍ଵର ଉଦେଶ୍ୟ ସମ୍ପର୍କରେ ଉପସ୍ଥାପିତ କରିଥିଲେ। କାଳନ୍ଦି ଚରଣ ଦାଶ(ପ୍ରୋଗ୍ରାମ ଅଫିସର ସଂସ୍କୃତିକ) ମଞ୍ଚ ସଞ୍ଚାଳନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମର ଆଭୁମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡା ପ୍ରୋଗ୍ରାମ ଅଫିସର ଆଦିତ୍ୟ ପ୍ରସନ୍ନ ମହାପାତ୍ର ଛାତ୍ର ଛାତ୍ରୀଙ୍କୁ କ୍ରିଡାର ଗୁରୁତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ପ୍ରୋଗ୍ରାମ ଅଫିସର ସାମାଜିକ କାର୍ଯ୍ୟକ୍ରମ ସୁଦର୍ଶନ ପ୍ରଧାନ ଏକ ସୁସ୍ଥ ସମାଜ ଗଠରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସୁଶ୍ରୀ ସୁନିତା ପାଣ୍ଡି ଛାତ୍ରଛାତ୍ରୀଙ୍କ ସହଯୋଗରେ ମଞ୍ଚ ସାଜସଜ୍ଜା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡନ କରିଥିଲେ । ପରିଶେଷରେ ଓଡିଆ ଅଧ୍ୟାପିକା ମୌସୁମୀ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ସନ୍ତୋଷ କୁମାର ପାଢୀ,କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଅଶୋକ ବିଶୋଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯୋଗ ଓ ପ୍ରାଣାୟମ ଶିକ୍ଷା ଦେଇଥିଲେ। ଏହି କାର୍ଯ୍ୟକ୍ରମ ନଭେମ୍ବର ମାସ ୨୪ ଠାରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.