ଭଞ୍ଜନଗର, ୨୫/୧୧(ପିପିଟି):ଶନିବାର ସକାଳେ ଅଚାନକ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ନଂ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି ୱାର୍ଡରେ ଥିବା ସ୍ମଶାନ ଘାଟ,ସର୍ବ ସାଧାରଣ ଶୌଚାଳୟ ଓ ପରିଚୟ ଗୃହ ବୁଲି ଦେଖିଥିଲେ।ସହରର ବହୁ ଲୋକ ଏହା ଉପରେ ନିର୍ଭର କରୁଥିବାରୁ ତାହାର କାର୍ଯ୍ୟକାରିତାକୁ ନେଇ ଉପଯୁକ୍ତ ରକ୍ଷଣାବେକ୍ଷଣ, ମରାମତି, ଉନ୍ନତିକରଣ ଓ ଆଲୋକୀକରଣକୁ ଗୁରୁତ୍ୱ ଦେବା ସହ ଅନ୍ୟାନ୍ୟ ବିଷୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସହ ଆଲୋଚନା କରିଥିଲେ।ଏଥିରେ ୧୫ନଂ ୱାର୍ଡ କାଉନସିଲର ଉତ୍ତମ ଦଳବେହେରା,ଏନଏସି କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାପାତ୍ର ଓ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେ. କେ ପଟ୍ଟନାୟକ)