ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ।

0 411

ପୋଲସରା , ୨୫/୧୧(ପିପିଟି): ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ଏବଂ କାର୍ଯ୍ୟକ୍ରମ ନୋଡାଲ ଅଫିସର ଅଧ୍ୟାପକ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକାମକୁ ମୁଖ୍ୟ ଅତିଥି ରୂପେ ପୋଲସରା ବିଧାୟକ ଉଦ୍ଘାଟନ କରିଥିଲାବେଳେ ଅନ୍ୟତମ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା,ବର୍ତ୍ତିନୀ ସରପଂଚ ସଂଜୁଲତା ଡାକୁଆ, ସମିତି ସଭ୍ୟ

ସୁଜ୍ଞାନୀ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଦକ୍ଷତା ପୂର୍ଣ୍ଣ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ରାଜ୍ୟ ସରକାର ଦ୍ଵାରା ଆରମ୍ଭ କରାଯାଇଥିବା ଏହି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ସେବା ଓ ସଚେତନତା ଉପରେ ନିଜ ନିଜର ସୁଚିନ୍ତିତ ବକ୍ତୃତା ପ୍ରଦାନ କରିଥିଲେ। ଅଧ୍ୟାପକ ମନୋଜ କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ପଦାର୍ଥ ବିଜ୍ଞାନ ଡେମୋଷ୍ଟେଟର ସୁମନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମହାରଣା, କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଗୈାଡଙ୍କ ସମେତ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ପରେ ପ୍ରଥମ ଦିନରେ ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗିତାରେ ଛାତ୍ର ଛାତ୍ରୀମାନେ ଭାଗନେଇ ନିଜ ନିଜର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.