ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ୩ୟ ରାଜ୍ୟ ସମ୍ମିଳନୀ ଉଦଯାପିତ, ଶଙ୍କର ରାଜ୍ୟ ସଭାପତି ଏବଂ ବିଚିତ୍ର ପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ।

0 72

ଭୁବନେଶ୍ୱର,୦୭/୧୧(ପିପିଟି): ମହାନ୍ ଅକ୍ଟୋବର କ୍ରାନ୍ତି ଦିବସରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ୩ୟ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଇନକିଲାବ ଭବନରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀ ଏକ ୧୩ ଜଣିଆ ରାଜ୍ୟ କମିଟିକୁ ନିର୍ବାଚିତ କରିଛି। କମ୍ରେଡ ଶଙ୍କରଙ୍କୁ ରାଜ୍ୟ ସଭାପତି ଏବଂ ବିଚିତ୍ର ପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ସମ୍ମିଳନୀ ନିର୍ବାଚିତ କରିଅଛି। ଟିୟୁସିଆଇ ର ରାଜ୍ୟ ସଂଯୋଜକ ବିଚିତ୍ର ପାତ୍ର ଶ୍ରମଜୀବି ଜନଗଣଙ୍କ ଲାଲପତକା ଉତ୍ତୋଳନ କରିବା ସହ ପ୍ରତିଷ୍ଠାତା ରାଜ୍ୟ ସଭାପତି କମ୍ରେଡ ଶିବରାମ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା, ବାମପନ୍ଥୀ ରାଜନୈତିକ କର୍ମୀ ଶ୍ରୀମନ୍ତ ମହାନ୍ତି,ବସ୍ତି ସୁରକ୍ଷା ମଞ୍ଚର ହେନା ବାରିକ,ଘରୋଇ ମହିଳା ଶ୍ରମିକ ୟୁନିଅନର ଶଶୀରେଖା ବେହେରା, ମନରେଗା ଶ୍ରମିକ ୟୁନିଅନର ପେଦିନୀ ପାର୍ବତୀ, କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର, ସଂଗ୍ରାମୀ ଶ୍ରମିକ ୟୁନିଅନର ସରୋଜ ଦାଶ ଆଦି ସଂଗଠନର ନେତୃବୃନ୍ଦ ସମ୍ମିଳନୀରେ ଉପସ୍ଥିତ ରହି ସଫଳତା କାମନା କରିଛନ୍ତି। ସାଂଗଠନିକ ଚିଠା ଉପରେ ଆଲୋଚନା କରାଯାଇ ଗୃହୀତ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଏବଂ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବ୍ୟାପକ ହରିଲୁଟ ଓ ଭୁଆଁ ବୁଲା ନୀତି ବିରୁଦ୍ଧରେ ଶ୍ରମିକ ଆନ୍ଦୋଳନ କୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି। ଆସନ୍ତା ଡ଼ିସେମ୍ବର ୦୧-୦୨ ରେ ବ୍ରହ୍ମପୁର ଠାରେ ଦୁଇ ଦିନିଆ ୬ଷ୍ଠ ରାଜ୍ୟ ସମ୍ମିଳନୀ ରେ ଯୋଗଦେବାପାଇଁ ୧୫ ଜଣ ପ୍ରତିନିଧି ଏବଂ ୫ ଜଣ ପର୍ଯ୍ୟବେକ୍ଷକ ଯୋଗ ଦେବାପାଇଁ ଚୟନ କରାଯାଇଛି ।‌ ଆସନ୍ତା ୨୦୨୪ ଜାନୁୟାରୀ ୨୭-୨୯, ତିନି ଦିନିଆ ଟିୟୁସିଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ଏହାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ନଲୀନୀକାନ୍ତ ତ୍ରିପାଠୀ, ଉପସଭାପତି ଭାବେ ଗୋବିନ୍ଦ ରାମ ସାହୁ,ରାମଚନ୍ଦ୍ର ବାଡତ୍ୟା, କୋଷାଧ୍ୟକ୍ଷ ସୀମାଞ୍ଚଳ ଦାଶ ଆଦି ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.