ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାକୁ ୟୁଜେଏର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ।

0 315

ଭଞ୍ଜନଗର, ୪/୧୧(ପିପିଟି):ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ, ଭଞ୍ଜନଗର ଶାଖା ତରଫରୁ ଶୁକ୍ରବାର ଭୁବନେଶ୍ୱର ଠାରେ ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ, ଭଞ୍ଜନଗର ଶାଖା ଦୃଢ଼ ନିନ୍ଦା କରିବା ସହ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।ଆଜି ସକାଳେ ଭଞ୍ଜନଗର ୟୁଜେଏର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ନିମାନ୍ତେ ଆଇନ ପ୍ରଣୟନ ଓ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଭଳି ଦାବୀ କରାଯାଇଛି।ଏଥିରେ ୟୁଜେଏ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ୟୁଜେଏର ଭଞ୍ଜନଗର ଶାଖା ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଭବାନୀ ଶଙ୍କର ପାଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ କୁମାର ଗୌଡ଼, କୋଷାଧ୍ୟକ୍ଷ ଅରକ୍ଷିତ ପରିଛା,ସଦସ୍ୟ ବିଶ୍ବମ୍ବର ଜେନା,ନିଲୁ ବିଷୋୟୀ,ପପୁ ପ୍ରଧାନ, ସୁଜିତ ବିଷୋୟୀ, ପଞ୍ଚାନନ ସାହୁ ଅନୀଲ ସେଠୀ, ଦୀପକ ମହାନ୍ତି,ଗିରିଶ ସାହୁ,ସନ୍ତୋଷ ପ୍ରଧାନ,ଲୋକନାଥ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲେ।ପିଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଯୋଗାଇ ଦେବାକୁ ସଂଘ ପକ୍ଷରୁ କୁହାଯାଇଛି।

(ଭଞ୍ଜନଗର ରୁ ଜେ କେ ପଟ୍ଟନାୟକ)

Leave A Reply

Your email address will not be published.