୧୨ ଲକ୍ଷ ଟଙ୍କାର ବିଷ୍ପୋରକ ସହ ବିଭିନ୍ନ ବାଣ ଜବତ ।

0 37

ଵେଗୁନିଆ,୧୪/୧୦(ପିପିଟି): ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମରୁ ବେଗୁନିଆ ପୋଲିସ ଆଜି ସକାଳେ ୧୨ଲକ୍ଷ ଟଙ୍କାର ବିଷ୍ପୋରକ ସହ ବିଭିନ୍ନ ପ୍ରକାର ବାଣ ଜବତ କରିଛି ।ଖୋର୍ଦ୍ଧା ଏସ ପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ୱାବଧାନରେ ବେଗୁନିଆ ଥାନା ଅଧିକାରୀ ବିଶ୍ଵଜିତ ରାଉତରାୟ ଥାନା ଏସ ଆଇ ଉମାକାନ୍ତ ବେହେରା ,ଏ ଏସ ଆଇ ଜେ ପୂଜାରୀ, ହାବିଲଦାର ପି କେ ଆଚାର୍ଯ୍ୟ ,ପି କେ ବେହେରା ,ଏମ୍ ବେହେରା ଏବଂ ବି ବଳବନ୍ତରାୟ ଙ୍କୁ ନେଇ ଗଠନ କରିଥିବା ଟିମ ଅଭିଯୋଗ ଥିବା ସ୍ଥାନରେ ଚଢ଼ାଉ କରି ପ୍ରଚୁର ପରିମାଣର ବିଭିନ୍ନ ପ୍ରକାର ବାଣ ଜବତ କରିବାରେ ସକ୍ଷମ ହୋଇଥିଲେ ।ଏହି ଘରୁ ପ୍ରାୟ ଦୁଇଟି ମିନିଟ୍ରକ ବୋଝେଇ ବାଣ ଜବତ ହେବା ସହିତ ୨୫ କେ ଜି ବିଷ୍ପୋରକ ବାରୁଦ ମଧ୍ୟ ଜବତ ହୋଇଛି ।ବିଶ୍ୱନାଥ ମହାପାତ୍ର ଏବଂ ପ୍ରସନ୍ନ କୁମାର ମହାପାତ୍ରଙ୍କ ଘରୁ ଏହି ବାଣ ସବୁ ଜବତ କରାଯାଇଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।ବିନା ଲାଇସେନ୍ସରେ ଏହି ବାଣ ସବୁ ତିଆରି କରାଯାଇ ବେପାର କରାଯାଉଥିଲା ।ଏହି ଘଟଣାରେ ପୋଲିସ ବିଶ୍ୱନାଥ ମହାପାତ୍ରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।ପୋଲିସ ଏ ସଂକ୍ରାନ୍ତରେ ଥାନାରେ ଏକ ମୋକଦମା ରୁଜୁ କରି ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.