ହାତୀଓଟ ,୦୨/୧୦(ପିପିଟି): ସ୍ଥାନୀୟ ହାତୀଓଟ ନୋଡାଲ ହାଇସ୍କୁଲ୍ ଠାରେ ଗାନ୍ଧୀ ତଥା ଶାସ୍ତ୍ରୀ ଜୟନ୍ତୀ ଅବସରରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିପାଇଁ ଆୟୋଜିତ ସଭାରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ଉମା ଶଙ୍କର ଦାସଙ୍କ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦୁଇ ମହା ମନୀଷୀଙ୍କ ଆଦର୍ଶ ତଥା ଶିକ୍ଷା ବିଷୟରେ ଶିକ୍ଷାର୍ଥୀଙ୍କୁ ଉଦବୋଧନରେ ଦେଇଥିଲେ। ଶିକ୍ଷକ ନିରାନନ୍ଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଏନ୍.ସି.ସି. ଶିକ୍ଷକ ନିରାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ହତା ତଥା ନିକଟସ୍ଥ ସାହି ରେ ସଫେଇ କାର୍ଯ୍ୟ କରିବା ସହ ଏକ ରାଲିର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ, ଗଣପତି ସାହୁ, ଶିକ୍ଷୟିତ୍ରୀ ସୁନୀତା ବଡ଼ଜେନା, କର୍ମଚାରୀ ଦୀପକ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ ।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା