ହରିଗଡ଼ରେ ପବିତ୍ର ନୂଆଖାଇ ଭେଟଘାଟ ।

0 12

ଭଞ୍ଜନଗର, ୨୦/୦୯(ପିପିଟି):ପଶ୍ଚିମ ଓଡିଶାର ମହାନ ଗଣ ପର୍ବ ମଧ୍ୟରେ ନୂଆ ଖାଇ ଅନ୍ୟତମ।ଏହି ଦିନ ନୂଆ ଫସଲକୁ ମାଆ ସମଲେଶ୍ବରୀଙ୍କୁ ସମର୍ପଣ କରି ସେଥିରୁ ପ୍ରସ୍ତୁତ ନବାନ୍ନ ଗ୍ରହଣ କରିବା ପରମ୍ପରା ଅନୁସାରେ ପାଳନ କରାଯାଏ।ଏହାକୁ ନେଇ ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥି ପରସ୍ପର ମଧ୍ୟରେ ଭେଟ ଘାଟ ହୁଅନ୍ତି।ଏହି ଦିନର ବିଶେଷତ୍ୱ ଅଧିକ ହୋଇ ଥିବାରୁ ଯିଏ ଯୋଉଠି ଥିଲେ ମଧ୍ୟ ପରିବାର ଲୋକଙ୍କ ସହ ଏକାଠି କଟେଇବାକୁ ଆସନ୍ତି।ସେହିପରି ଦକ୍ଷିଣ ଓଡ଼ିଶାର ଭଞ୍ଜନଗର ବ୍ଲକ ହରିଗଡ଼ ଗ୍ରାମରେ ମଧ୍ୟ ମା’ ସମଲେଶ୍ବରୀଙ୍କ ଏକ ମନ୍ଦିର ରହିଛି।ଏଠାରେ ମଧ୍ୟ ସମସ୍ତ ରୀତିନୀତି ଅନୁସାରେ ଆଜି ନୂଆଖାଇ ପର୍ବ ପାଳନ କରାଯାଇଛି।ଆଜି ମା’ଙ୍କର ୭ମ ବାର୍ଷିକ ଉତ୍ସବ ପାଳନ ଅବସରରେ ଦିନ ୧୦ଟା ୨୭ମିନିଟରୁ ଦିନ ୧୦ଟା ୪୨ମଧ୍ୟରେ ଶୁଭ ମୁହୂର୍ତ୍ତ ଥିବାରୁ ସେହି ସମୟ ମଧ୍ୟରେ ପୂଜକ ଟୁନା ଗୌଡ଼ ମା’ଙ୍କ ଠାରେ ଭୋଗ ଲାଗି କରିଥିଲେ।ଏହିଦିନ ମା’ଙ୍କର ପ୍ରସାଦ ପାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।ଏହି ଅବସରରେ ହଜାର ହଜାର ଭକ୍ତ ଭେଟଘାଟ ହୋଇଥିବା ଜଣାପଡିଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.