ସମ୍ବାଦ କାର୍ଯ୍ଯାଳୟରେ ଇଓଡବ୍ଲୁ ଚଢାଉକୁ ଆପ୍ ପକ୍ଷରୁ ନିନ୍ଦା କରାଯାଇଛି ।

0 11

ବ୍ରହ୍ମପୁର,୨୦/୦୯(ପିପିଟି):ସ୍ଥାନୀୟ ଆମ୍ ଆଦ୍‌ମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଦୈନିକ ଖବର କାଗଜ ସମ୍ବାଦ ଅଫିସରେ ସରକାରୀ କଳର ଅପ ବ୍ୟବହାର କରି ଆକ୍ରୋଶ ମୂଳକ ଭାବେ ଇଓଡ଼ବ୍ଲୁ ଚଢ଼ାଉ କରିବା ଘଟଣାକୁ ନିନ୍ଦାକରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଗତ କିଛି ଦିନ ଧରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5t ସଚିବ ରାଜକୋଷର ଅର୍ଥଖର୍ଚ୍ଚ କରି ସ୍ଥାନୀୟ ପ୍ରତିନିଧିଙ୍କୁ ଉପେକ୍ଷା କରି ସରକାରୀ କାର୍ଯ୍ୟକ୍ରମ ନାମରେ ଦଳୀୟ କାର୍ଯ୍ୟକ୍ରମ କରୁଥିଲେ । ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ଏବଂ ଗଣତନ୍ତ୍ରରେ ଏହା ସୁସ୍ଥ ପରମ୍ପରା ନୁହେଁ,ଏହି କଥାକୁ ସମ୍ବାଦ ପତ୍ରିକାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ ପୃଷ୍ଠା “ଆମ ଘରର ହାଲଚାଲ” ରେ ଉଲ୍ଲେଖ କରି ସରକାରୀ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ କରିଥିଲେ । ଏଥିରେ ଉତକ୍ଷିପ ହୋଇ ସରକାରୀ ବାବୁ ଇଓଡ଼ବ୍ଲୁକୁ ହତିଆର କରି ସମ୍ବାଦ ଭବନ ଉପରେ ଚଢ଼ାଉ କରି ଗଣତନ୍ତ୍ରର କଣ୍ଠରୋଧ କରିବା ସହ ପ୍ରଶ୍ନ ପଚାରୁଥିବା ବିରୋଧୀଙ୍କ ଉପରେ ଆଗାମୀ ଦିନରେ ଏପରି କାର୍ଯ୍ୟାନୁଷ୍ଠାନ ହେବବୋଲି ଏକ ବାର୍ତ୍ତା ଦେଉଛନ୍ତି ।

ପ୍ରତିହିଂସା ପରାୟଣ ହୋଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପ ସଭାପତି ପଦରୁ ବାହାର କରି ମାତ୍ରାଧିକ ଦମନ ମୂଳକ କାର୍ଯ୍ୟାନୁଷ୍ଠାନକୁ ଆମ୍ ଆଦ୍‌ମୀ ପାର୍ଟିର ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ ଏବଂ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଏକ ମିଳିତ ବିବୃତିରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କ ଦମନ ନୀତି ବିରୁଦ୍ଧରେ ଓଡ଼ିଶାବାସୀ ଏକହୋଇ ଆଗାମୀ ନିର୍ବାଚନରେ ତାର ଜବାବ ଦେବାକୁ ଆହ୍ୱାନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ,ଉପ ସଭାପତି ସୁଧୀର ପ୍ରଧାନ,ମହାନଗର ସଭାପତି ସି. ହରପ୍ରସାଦ,ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ,ମୀନକେତନ ଜେନା, ଦିନେଶ ରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.