ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଗଣ ଧାରଣା ଆରମ୍ଭ ।

0 289

ପୋଲସରା,୧୨୵୦୯(ପିପିଟି): ରାଜ୍ୟରେ କାର୍ଯ୍ୟରତ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ମାନଙ୍କ ଠିକା ନିଯୁକ୍ତି ଉଛେଦ କନିଷ୍ଠ ଶିକ୍ଷକଙ୍କ ଚାକିରୀ ନିୟମିତ କେନ୍ଦ୍ରୀୟ ହାରରେ ବେତନ ସୁବିଧା ଓ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ପ୍ରଥା ପୁନଃ ପ୍ରଚଳନ ସମେତ ଆହୁରି ଅନେକ ବିଭିନ୍ନ ଦଫା ଦାବୀ ନେଇ ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟହତା ମଧ୍ୟରେ ଗଣଧାରଣା ଆରମ୍ଭ କରାଯାଇଛି । ମିଳିତ ସଙ୍ଘର ଶତାଧିକ ସଂଖ୍ୟା ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରତିଦିନ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସକାଳ ୧୦ଟା ରୁ ଅପରାହ୍ନ ୪ ଘଣ୍ଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମେ ପ୍ରତୀକ ଧାରଣା ଦେବେ ବୋଲି ସଂଘ ତରଫରୁ କୁହାଯାଇଛି । ଗଣମାଧ୍ୟମ କୁ କହିବା ପ୍ରକାରରେ ଏହି ଶାନ୍ତିପୂର୍ଣ ଗଣଧାରଣା କାର୍ଯ୍ୟକ୍ରମ କୁ ନେଇ ଚଳିତ ସେପ୍ଟେମ୍ବର ମାସ ୭ ତାରିଖ ଗୁରବାର ଦିନ ଗୋଷ୍ଠୀ ଶିକ୍ଷା ମଅଧିକାରୀଙ୍କ ସମେତ ସ୍ଥାନୀୟ ପୋଲିସ ଷ୍ଟେସନରେ ଲିଖିତକାର ଭାବେ ଜଣାଇଦିଆଯାଇଥିଲା । ତେବେ ସାରା ରାଜ୍ୟରେ ଶିକ୍ଷକ ସଙ୍ଘ ତରଫରୁ ମୁଖ୍ୟତଃ ତିନି ଦଫା ଦାବୀ ନେଇ ଆରମ୍ଭ କରାଯାଇଥିବା ଧାରଣା କୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ରେ ପିଲାମାନଙ୍କ ଭବିଷତ୍ୱ କୁ ନେଇ ଚିନ୍ତାପ୍ରକଟ କରାଯାଇଛି । ଧାରଣା ରେ ସଙ୍ଘ ସମ୍ପାଦକ ଏମିତି ରାଉତ ମିଶ୍ର, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ପଣ୍ଡା, ସମ୍ପାଦକ ଦିଲୀପ କୁମାର ସେଠି ଓ ସଭାପତି ସନ୍ୟାସୀ ସାହୁ, ବସନ୍ତ ମହାରଣା, ଓ ତୋଫାନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.