ମିଶନ ଶକ୍ତି ସ୍କୁଟର ଯୋଜନାରେ ଋଣ ମଞ୍ଜୁର ।

0 220

ଉଲୁଣ୍ଡା,୨୪/୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଉଲୁଣ୍ଡା ଶାଖା ସରକାରଙ୍କ ମିଶନଶକ୍ତି ସ୍କୁଟର ଯୋଜନାରେ ୧୨ ଜଣଙ୍କ ଋଣ ମଜୁରୀ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ସ୍କୁଟର ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଉଲୁଣ୍ଡା ସମବାୟ ବ୍ୟାଙ୍କ ଶାଖା ୧୨ ଜଣ ଙ୍କ ଋଣ ମଞ୍ଜୁର କରିଛନ୍ତି । ବ୍ୟାଙ୍କ ଶାଖା ପରିଚାଳକ ଋଣ ଗ୍ରହୀତାମାନଙ୍କୁ ଋଣ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ମିଶନ ଶକ୍ତି ସଂଯୋଜକ କେସବ ମାଝୀ ଙ୍କ ସମେତ ସମସ୍ତ ବ୍ୟାଙ୍କ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.