କର୍କଟ ରୋଗୀଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ।

0 237

କୋଦଳା,୨୭/୦୭(ପିପିଟି):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ କୁମ୍ଭାର ଗାଁ ପଞ୍ଚାୟତ କୁମାରିପାରି ଗ୍ରାମର ଗୋଟିଏ ଛୋଟ ଝିଅ କର୍କଟ ରୋଗରେ ପୀଡିତ ହୋଇଥିବା ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା କିଛି ଆର୍ଥିକ ଅନୁଦାନ ସହିତ ରେଡ଼କ୍ରସ ପାଣ୍ଠିରୁ ୩୦୦୦୦/- ପ୍ରଦାନ କରିଥିବା ଜଣାପଡ଼ିଛି । କୁମାରୀପାରି ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ ବୟସ ମାତ୍ର ୧୬ ବର୍ଷ, ଯେଉଁ ବୟସରେ ଖେଳ କୁଦ ସହିତ ପାଠ ପଢିବା କଥା ସେହି ସମୟରେ ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଆଜକୁ ପ୍ରାୟ ୬ମାସ ହେବ ଝିଅ ଶରୀର ରେ ବିଭିନ୍ନ ସମସ୍ୟା ଦେଖାଦେବାରୁ ପରିବାର ଲୋକେ ମେଡିକାଲ ନେଇ ଚିକିଛିତ ଓ ସମସ୍ତ ପରୀକ୍ଷ୍ୟା କରାଇ କେନସାର ହୋଇଥିବା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଝିଅ ଟି ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛି ।ଗରିବ ପରିବାର, ଚିକିତ୍ସା ପାଇଁ ଅର୍ଥର ଅଭାବ,ଏମିତି ଏକ ଦୁଖଦଃ ଶୁଣିବା ପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସେଠାରେ ପହଞ୍ଚି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ଏବଂ ସଙ୍ଗେ ସଙ୍ଗେ ବେଗୁନିଆପଡା ବିଡ଼ିଓଙ୍କୁ ଡକାଇ ରେଡ଼କ୍ରସ ପାଣ୍ଠିରୁ ୩୦୦୦୦/-ତିରିଶ ହଜାର ଟଙ୍କା ପ୍ରଦାନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଭଗବାନଙ୍କ ନିକଟରେ ସେ କୁନି ଝିଅର ଖୁବଶୀଘ୍ର ଆଶୁଆରୋଗ୍ୟ ପାଇଁ କାମନା କରିଥିଲେ । ଏହି ସମୟ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଯୁବ ବିଜେଡି ସଭାପତି ଶତିଶ ରଞ୍ଜନ ତାରିଣୀ,ସମାଜସେବୀ ଗୋପବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.