ସୂଚନା ଅଧିକାର କର୍ମୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଦାବିରେ ବିକ୍ଷୋଭ।

0 381

ପୋଲସରା ,୧୮/୦୭(ପିପିଟି): ଆଜି ସ୍ଥାନୀୟ ସୂଚନା ଅଧିକାରୀ କର୍ମୀ ମାନେ ଯାଜପୁର ଜିଲ୍ଲା ସୂଚନା ଅଧିକାର କର୍ମୀ ସର୍ବେଶ୍ଵର
ବେହୁରା ଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଏବଂ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ହେଉଥିବା ଆକ୍ରମଣ ରୁ ସୁରକ୍ଷା ଦେବା ଓ ସୂଚନା ଅଧିକାର ଆଇନ କୁ କଡାକଡି ଭାବେ ପାଳନ କରିବା ଦାବିରେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପୋଲସରା ବ୍ଳକର ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶାଖା ସଂଯୋଜକ ପ୍ରଶାନ୍ତ ପ୍ରଧାନ , ବ୍ଳକ ଆବାହକ ରାଜୀବ କୁମାର ଜେନା , ସୁବ୍ରତ ବେହେରା , ସୂଚନା ଅଧିକାର କର୍ମୀ ଶଙ୍କରର୍ଷଣ ପ୍ରଧାନ , ରବୀନ୍ଦ୍ର ନାୟକ , ପିତବାସ ସାହୁ , ଯୋଗେନ୍ଦ୍ର , ଟୁନା ଡାକୁଆ ଏବଂ ରମାକାନ୍ତ ପ୍ରମୁଖ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ। ପରେ ସେମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.