ବ୍ରହ୍ମପୁର,୧୬/୦୬(ପିପିଟି):ଆସିକା ପ୍ରାଣୀ ଚିକିତ୍ସକ ରବି ନାରାୟଣ ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ। ପ୍ରାଣୀ ଚିକିତ୍ସାଳୟରେ ଭଡା ସୂତ୍ରରେ ଲାଗିଥିବା ଗାଡି ନଂ OD02BS 7347 ର ଏଗ୍ରିମେଣ୍ଟ ରିନ୍ଯୁ କରିବାକୁ ମାଲିକ ଅମର କାନ୍ତ ରାଉତରାୟଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲେ ଭିଜିଲାନ୍ସ। ବ୍ରହ୍ମପୁର ଭିଜିଲାନ୍ସ କେସ ନମ୍ବର ୦୭/୨୩ରେ ମାମଲା ରୁଜ୍ଜୁ ହୋଇଛି। ତିନିଟି ସ୍ଥାନରେ ଚଢାଉ ହୋଇଛି ।ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଦୁଇ ଜଣ ଡିଏସପି,ଛଅ ଇନ୍ସପେକ୍ଟର ଓ କର୍ମଚାରୀ ସାମିଲ ଅଛନ୍ତି।