ବନବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ।

0 213

ଉଲୁଣ୍ଡା,୦୫୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ.ପତ୍ରାପାଲି ଗ୍ରାମଠାରେ ଆଜି ଉଲୁଣ୍ଡା ବନବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ସିଣ୍ଢୋଲ ଫରେଷ୍ଟର ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରେଞ୍ଜର ସଞ୍ଜୀବ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଟିମ୍ ଲିଡର ପଦ୍ମ ଲୋଚନ ଯୋଶୀ ଯୋଗଦେଇ ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଏବଂ ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ବୋଲି ପ୍ରକାଶ କରିଥିଲେ ।ଏହି ଅବସରରେ ଏକ ସଚେତନତା ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା । କାର୍ଯକ୍ରମରେ ବନବିଭାଗର ସମସ୍ତ କର୍ମଚାରୀ, ଜନସାଧାରଣ ଉପସ୍ଥିତି ରହିଥିଲେ । ଶେଷରେ ବନରକ୍ଷୀ ପ୍ରବୀଣ ରଥ ଧନ୍ୟବାଦ୍ ଦେଇଥିଲେ ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.