ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଡାଉ।

0 222

ବ୍ରହ୍ମପୁର,୧୭/୦୫(ପିପିଟି):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଭୁବନେଶ୍ବର ୪ଟି,ଗଞ୍ଜାମ ୨ଟି,ମୟୁରଭଞ୍ଜ ଗୋଟିଏ ସ୍ଥାନରେ ଚଢାଉ ହୋଇଛି। ଏହି ଚଢାଉ ରେ ୫ଜଣ ଡିଏସପି, ୧୨ ଇନ୍ସପେକ୍ଟର ଏବଂ ଅନ୍ଯ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ବର ଠାରେ ୩ ଟି ଘର , ୩ଟି ପ୍ଲଟ,ବ୍ଯାଙ୍କ, ପୋଷ୍ଟାଲ ଓ ବୀମାରେ ୨୧.୫୭ ଲକ୍ଷ ଟଙ୍କା, ହୁଣ୍ଡା ସିଟି କାର ଯାହାର ମୂଲ୍ଯ ୧୩.୧୯ ଲକ୍ଷ ଟଙ୍କା,ବାଇକ ଓ ଘରୋଇ ଉପକରଣ ପ୍ରାୟ ୮ ଲକ୍ଷ ଟଙ୍କା ହେବ। ତଦନ୍ତ ଚାଲୁ ରହିଛି। ତଦନ୍ତ ଶେଷରେ ସବିଶେଷ ତଥ୍ଯ ଆସିବ।

Leave A Reply

Your email address will not be published.