ଜଳଯୋଗାଣ ବେଳେ ପାଣି ଟାଙ୍କିରେ ବୁଡ଼ି ଯୁବକ ମୃତ ।

0 428

ଭଞ୍ଜନଗର,୦୬/୦୫(ପିପିଟି): ତାରସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରେ ପାଣି ଟାଙ୍କିରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି।ସୂଚନା ମୁତାବକ ତିଳିସିଙ୍ଗି ପଞ୍ଚାୟତ ବାହୁକପଲି ଗ୍ରାମର ପଦ୍ମ ଚରଣ ଆଳତିଆଙ୍କ ପୁଅ କାହ୍ନୁ ଆଳତିଆ (୨୦) ବାପାଙ୍କ ବଦଳରେ ଟାଙ୍ଗଣ ଗ୍ରାମକୁ ଜଳଯୋଗାଣ ନିମନ୍ତେ ଯାଇଥିବା ବେଳେ କୌଣସି କାରଣରୁ ପାଣି ଟାଙ୍କିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତାରସିଂ ପୁଲିସ ଶବ ଜବତ କରି କେସ ନଂ ୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କିଛି ଲୋକ କାହ୍ନୁର ଅପସ୍ମାର ରୋଗ ଥିବା କହୁଥିବା ବେଳେ ତାର ବାପା ଏହାକୁ ଖଣ୍ଡନ କରିଛନ୍ତି।ପୁଲିସ ଏସମ୍ପର୍କରେ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.