ମାଲକାନଗିରି,୩୦/୦୪(ପିପିଟି):
ମାଲକାନଗିରି ସଦରମହକୁମା ସ୍ଥିତ ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଥିବା ପଞ୍ଜାବ ନ୍ଯାସନାଲ ବ୍ଯାଙ୍କର ଏଟିଏମକୁ ଭାଙ୍ଗି ଏଟିଏମ ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ପାଇଁ ଉଦ୍ଯମ କରୁଥିବା ବେଳେ ହଠାତ ସାଇରନ ବାଜି ଉଠିଥିଲା । ବ୍ଯାଙ୍କ କର୍ମଚାରୀ
ଜଣଙ୍କ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଦେବା ପରେ ଘଟଣା ସ୍ଥଳରେ ପେଟ୍ରୋଲିଂ କରୁଥିବା ପୋଲିସ ପହଞ୍ଚି ଯିବାରୁ ଚୋର ଦୁହେଁ ଚମ୍ପଟ ମାରିଥିଲେ । ଫଳରେ ଏଟିଏମରୁ ଟଙ୍କା ଲୁଟ୍ ଉଦ୍ୟମ ପଣ୍ଡ ହୋଇଥିଲା । ଘଟଣାରୁ ପ୍ରକାଶ ଯେ,ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ ରୁ ଆଜି ଭୋ ପାହାନ୍ତାରୁ ଦୁଇ ଜଣ ଚୋର ଏଟିଏମ୍ କୁ ଭାଙ୍ଗି ଟଙ୍କା ଲୁଟ କରିବା ପାଇଁ ଭିତରେ ପ୍ରବେଶ କରିଥିଲେ । ଏଟିଏମ ଭାଙ୍ଗିବା ପାଇଁ ଉଦ୍ଯମ କଲା ବେଳ. ହଠାତ୍ ସାଇରନ ବାଜିଥିଲା । ବ୍ଯାଙ୍କ କର୍ତ୍ତୃପକ୍ଷଙ୍କ ନିକଟକୁ ଆଲର୍ଟ ମେସେଜ ଯିବାରୁ ସେ ତୁରନ୍ତ ମାଲକାନଗିରି ଥାନାକୁ ଫୋନ କରିଥିଲେ । ମାଲକାନଗିରି ଥାନାରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଏଟିଏମ ନିକଟରେ ପହଞ୍ଚିଥିଲା । ଗାଡ଼ିର ଶବ୍ଦ ଶୁଣି ଦୁଇ ଜଣ ଚୋର ସେଠାରୁ ଚମ୍ପଟ ମାରିଥିଲେ । ଫଳରେ ଏଟିଏମ ରୁ ଟଙ୍କା ଲୁଟ ଯୋଜନା ପଣ୍ଡ ହୋଇଛିIପୋଲିସ ଦୁଇ ଜଣ ଚୋରକୁ ଧରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)