ଆଦିବାସୀ ଭାରତ ମହାସଭା ୧ମ ରାଜ୍ୟ ସମ୍ମିଳନୀ ।

0 283

ଭଞ୍ଜନଗର,୨୫/୦୪(ପିପିଟି):ଆଦିବାସୀ ଭାରତ ମହାସଭାର ୧ମ ରାଜ୍ୟ ସମ୍ମିଳନୀ ସଫଳତାର ସହ ଜଗନ୍ନାଥପ୍ରସାଦ ନିକଟସ୍ଥ ଜରିପଙ୍କାଳ ଠାରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ଣଚନ୍ଦ୍ର ପ୍ରଧାନ, ସୋମନାଥ ଡାକୁଆ, ମାଗତା ପ୍ରଧାନ, ସନ୍ଧ୍ୟା ପ୍ରଧାନ ଏବଂ ପ୍ରଶନ ଦଳବେହେରାଙ୍କୁ ନେଇ ସଭାପତି ମଣ୍ଡଳୀ ଗଠନ ହୋଇଥିଲା। ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ଟୁନା ମଲ୍ଲିକ ପ୍ରଥମେ ବିଗତ ୩ ବର୍ଷର କାର୍ଯ୍ୟ ଏବଂ ଲଢେଇ ସଂପର୍କରେ ବି‌ସ୍ତୃତ ବିବରଣୀ ରଖିଥିଲେ, କର୍ପୋରେଟ ସ୍ବାର୍ଥରେ ଜଳ, ଜମି, ଜଙ୍ଗଲ ଓ ଖଣିଜ ସଂପଦର ଲୁଟ ବିରୁଦ୍ଧରେ ଏକ ହୋଇ ସଂଘର୍ଷ ବଳରେ ସୁରକ୍ଷା କରିବା, ଅନୁସୂଚିତ ଅଞ୍ଚଳରେ ପେଶା ଆଇନକୁ କାର୍ଯ୍ୟକାରୀ କରିବା,ଆଦିବାସୀଙ୍କ ବିସ୍ଥାପନ ଦୃଢ ହସ୍ତରେ ବନ୍ଦ କରିବା ପାଇଁ ଏକ ସାଲିସ ବିହୀନ ସଂଗଠନର ଆବଶ୍ୟକତା ଏବଂ ଆଦିବାସୀ ଭାରତ ମହାସଭାକୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରରେ ଶକ୍ତିଶାଳୀ କରିପାରିଲେ ହିଁ ଆଦିବାସୀଙ୍କ ଜୀବନ, ଜୀବିକା ଓ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ଶହୀଦ ବିର୍ସା ମୁଣ୍ଡା ଓ ଶହୀଦ ଚକରା ବିଷୋୟୀଙ୍କ ଭଳି ଜୀବନ ବିନିମୟରେ ଜଳ,ଜଙ୍ଗଲ,ଜମି ଓ ଖଣିକୁ ସୁରକ୍ଷା କରାଯାଇପାରିବ ବୋଲି ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ସମ୍ମୁଖରେ ଆହ୍ବାନ ରଖିଥିଲେ ।ସି.ପି.ଆଇ (ଏମ୍ ଏଲ୍)ରେଡଷ୍ଟାର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା ସମ୍ମିଳନୀର ସଫଳତା କାମନା କରିବା ସହ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରି ଆଦିବାସୀଙ୍କ ସମସ୍ତ ଅଧିକାର କର୍ପୋରେଟ ହାତରେ ଟେକିଦେବା ଆଦିବାସୀଙ୍କ ସମାଜ ପ୍ରତି ପ୍ରତାରଣା ବୋଲି ବର୍ଣ୍ଣନା କରିଥିଲେ। ଆଦିବାସୀ ସମାଜର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ନେତୃବୃନ୍ଦ ନିଜ ଉପରେ ହେଉଥିବା ଶୋଷଣ, ଲୁଣ୍ଠନ ଓ ଅତ୍ୟାଚାର ସଂପର୍କରେ ଉପସ୍ଥାପନ କରିଥିଲେ। ନରେଗା ଶ୍ରମିକ ୟୁନିଅନ, ଓଡ଼ିଶାର ନେତ୍ରୀ କିଭଳି ଆଦିବାସୀ ଅଞ୍ଚଳରେ ନରେଗା ଶ୍ରମିକଙ୍କ ଅର୍ଥ ହଡପ କରିବା ସହ ଭୁଆଁ ବୁଲାଯାଉଛି ତା ବିରୁଦ୍ଧରେ ସଚେତନ ହୋଇ ସଂଘର୍ଷ କରିବା ପାଇଁ ଆହ୍ବାନ ଦେଇଥିଲେ। ବସ୍ତି ସୁରକ୍ଷା ମଞ୍ଚର ନେତା ଗୋପିନାଥ ନାୟକ ବିକାଶ ନାମରେ ବିନାଶ ଲୀଳା ହିଁ ଆଦିବାସୀ,ଦଳିତ, ବସ୍ତିବାସିନ୍ଦା ଏବଂ ସମସ୍ତ ନିଷ୍ପେସିତ ବର୍ଗଙ୍କ ପାଇଁ ଏକ ଲୁଟେରାୟନ ନୀତି ବୋଲି ଉପସ୍ଥାପନ କରିଥିଲେ । ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଆଦିମ କୃଷକ ଉପରେ ଏ ସରକାର ଲୁଟର ଗଣପର୍ବ ଆରମ୍ଭ କରିଛି ବୋଲି ଉପସ୍ଥାପନ କରିବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ।ସର୍ବଭାରତୀୟ ସମ୍ମିଳନୀ ୭/୮ ମଇ ଆଦିଲାବାଦ (ତେଲେଙ୍ଗାନା)ର ଅନୁଷ୍ଠିତ ହେବ। ଏଥିରେ ୧୦ ଜଣ ପ୍ରତିନିଧି ସର୍ବଭାରତୀୟ ସମ୍ମିଳନୀରେ ଓଡ଼ିଶାରୁ ଯୋଗଦେବେ।

Leave A Reply

Your email address will not be published.