କୋଦଳା,୨୦/୦୪(ପିପିଟି):ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ଅଧିନିୟମ ୨୦୨୦ ରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ଥିବା ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ତଥା ଶିକ୍ଷା ଗତ ସ୍ଥିତି ସଂକ୍ରାନ୍ତରେ କମିଶନଙ୍କ ଦ୍ୱାରା ସର୍ଭେ କରିବା ପାଇଁ ନିର୍ଦେଶ ପରେ ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ଶିବିରରେ ଓଟିଡିସି ଜେନେରାଲ ମ୍ୟାନେଜର ତଥା ଗଞ୍ଜାମ ଜିଲ୍ଲା ଅବଜରଭର ରବି ରଞ୍ଜନ ସାହୁ ଯୋଗଦେଇ ତାଲିମ ନେଉଥିବା ଅଙ୍ଗନୱାଡି କର୍ମୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝି ଥିଲେ । ଓଡିଶାରେ ଥିବା ପଛୁଆ ବର୍ଗର ଲୋକମାନଙ୍କର ବର୍ତମାନ ଅବସ୍ଥାରେ ଥିବା ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ୱଷ୍ଟ ଚିତ୍ର ହାସଲ କରିବା ହେଉଛି ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ତହସିଲଦାର ସଶ୍ମିତା ଶତପଥୀ,ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ଡବ୍ଲୁ ଇ ଓ ସୁମିତ୍ରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀ ତାଲିମ ନେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )