ଦୁର୍ଘଟଣାରେ ଅଜା ନାତି ଗୁରୁତର ।

0 364

ଭଞ୍ଜନଗର,୧୭/୦୪(ପିପିଟି): ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି ଠାରେ ଆଜି ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଅଜା ନାତି ଗୁରୁତର ଆହାତ ହୋଇଛନ୍ତି। ରାଜକୁଣ୍ଡ ଗ୍ରାମର ସୁରେନ୍ଦ୍ର ଜେନା(୬୧) ତାଙ୍କର ନାତି କ୍ରିଷ୍ଣା ଜେନା(୧୩)କୁ ନିଜ ଗାଡିରେ ସାଙ୍ଗରେ ନେଇ ଗୋବରା ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନ ସମୟରେ ଫେରିବା ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ ଗାର୍ଡୱାଲ୍ ସହ ଧକ୍କା ହୋଇଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁରେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.