ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳିତ।

0 307

ରଣପୁର,୧୭/୦୪(ପିପିଟି):ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ଆଜି ସ୍ବାଭିମାନୀ,ସାହସୀ,ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଅଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଓ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେଶ ସ୍ବାଧୀନ ହେବା ପରେ ସେ ଓଡ଼ିଶାକୁ ବିଭବଶାଳୀ ରାଜ୍ୟ ଭାବେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ। ୧୯୯୭ ଅପ୍ରେଲ ୧୭ତାରିଖ ଆଜିର ଦିନରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଇହଧାମ ତ୍ୟାଗ କରିଥିଲେ । ବହୁଥର କେନ୍ଦ୍ରମନ୍ତ୍ରୀ ଓ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁବାବୁ ରାଜ୍ୟର ପ୍ରଗତି ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ।
ଆଜି ସେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳିତରେ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଶପଥ ଗ୍ରହଣ କରିବା ସହ ବିଜୁ ବାବୁଙ୍କ ସପ୍ନ ସାକାର କରିବା ପାଇଁ ନିଷ୍ପତ୍ତି ନେଇ ଥିବା ଜଣା ପଡ଼ିଛି ଓ ଅନୁଷ୍ଠିତ ରକ୍ତଦାନ ଶିବିରରେ ୭୦ୟୁନିଟ ରକ୍ତ ସଂଗୃହିତ ହୋଇଅଛି ।
ତତସହିତ ଉକ୍ତ କାର୍ଯ୍ୟକ୍ରମରେ ରଣପୁର ବ୍ଲକ ବିଜେଡି ସଭାପତି ପାଣ୍ଡବ ସେଠୀ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ଆତ୍ମାର ରଣପୁର ବ୍ଲକ ଅଧ୍ୟକ୍ଷ୍ୟା ନର୍ମଦା ରାୟ, ରଣପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ତଥା ଯୁବ ଆଇନଜୀବୀ ରାଜିବ ଲୋଚନ ପ୍ରଧାନ, ନଗର ବିଜେଡି ସଭାପତି ଲିଙ୍ଗରାଜ ନାୟକ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ,ମହିଳା ବିଜେଡି ନେତ୍ରୀ କ୍ରିଷ୍ଣା ଦାସ, ଯୁବ ବିଜେଡି ନେତା ଅକ୍ଷୟ ପ୍ରଧାନ, ଶ୍ରୀକାନ୍ତ ମହାପାତ୍ର, ଚନ୍ଦ୍ରକାନ୍ତ ସାହୁ, ସୌମ୍ୟରଞ୍ଜନ ସ୍ୱାଇଁ, ଆକାଶ ପାଣି, ଛାତ୍ର ନେତା ଗଗନ ରାଉଳ, ସୁରେଶ ପ୍ରଧାନ,କୃଷ୍ଣଚନ୍ଦ୍ର ବାଚସ୍ପତିଙ୍କ ସହ ସମସ୍ତ ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସରପଞ୍ଚ,ସମିତିସଭ୍ୟ/ସଭ୍ୟା, ନିର୍ବାଚିତ ଜନପ୍ରତିନିଧି, ନେତା ଓ କର୍ମୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.