ମାଆ ବୁଢାକେନ୍ଦୁ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ ।

0 236

ବେଲଗୁଣ୍ଠା,୧୬/୦୪(ପିପିଟି): ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ଶକ୍ତି ପୀଠ ହେଉଛି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଠାରେ ଥିବା ମାଆ ବୁଢାକେନ୍ଦୁଙ୍କ ପୀଠ । ଅରଣ୍ୟର ସବୁଜିମା ମାଧ୍ୟରେ ଗଢି ଉଠିଥିବା ଏହି ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ରହୁଥିବା ବେଳେ ରାସ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେଉଥିବା ମାଆଙ୍କ ବାର୍ଷିକ ଯାତ୍ରାରେ ଏଠାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । କିନ୍ତୁ ବିଡମ୍ବନାର ବିଷୟ ପ୍ରଶାସନର ଅବହେଳା ଯୋଗୁଁ ବର୍ତ୍ତମାନ ଏହି ମନ୍ଦିର ବିଭିନ୍ନ ସମସ୍ୟା ଘେରରେ ରହିଛି । ଏପରିକି ପ୍ରାୟ କୋଡ଼ିଏ ବର୍ଷ ଧରି ଏହି ମନ୍ଦିରର ପରିଚାଳନା କମିଟି ପରିବର୍ତ୍ତନ ହୋଇନଥିବା ବେଳେ ଏହି କମିଟି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିଲା । ତେଣୁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଆଜି ମନ୍ଦିର ପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି । ଆଜି ବେଲଗୁଣ୍ଠା ଏବଂ ସୋରଡ଼ା ବ୍ଳକ୍ ର ଦଶଟି ପଂଚାୟତର ପ୍ରାୟ ଚାଳିଶଟି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ପୂର୍ବତନ ସଭାପତି ସଞ୍ଜୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ତ୍ରିପାଠିଙ୍କୁ ସର୍ବସମ୍ମତି କ୍ରମେ ସଭାପତି ରୂପେ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ରୂପେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ସାଧାରଣ ସମ୍ପାଦକ ରୂପେ ଶିକ୍ଷାବିତ୍ ରମେଶ୍ ରାଉତ, ସହସମ୍ପାଦକ ରୂପେ ଗୋପାଳ ରାଊତ ଏବଂ କୋଷାଧ୍ୟକ୍ଷ ଭାବେ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ମଣ୍ଡଳୀରେ ସ୍ୱାମୀ ହରିଶଙ୍କର ମହାରାଜ୍,ନୀଳମଣି ବିଷୋୟୀ,ସଞ୍ଜୟ ପ୍ରଧାନ, କୁଞ୍ଜବିହାରୀ ନାୟକ,ବବ୍ରୁ ବାହାନ ବିଷୋୟୀ, ରାମନାଥ ପ୍ରଧାନ ରହିଥିବା ବେଳେ କମିଟି ସଦସ୍ୟ ଭାବେ ପୂର୍ବତନ୍ ସରପଞ୍ଚ ରାଜେନ୍ଦ୍ର ଗୌଡ଼,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସ୍ଵସ୍ତି ସୁନ୍ଦର ସିଅ,ବୁଲୁରାମ ପ୍ରଧାନ, ଅମୂଲ୍ୟ ମହାରଣା,ଚନ୍ଦ୍ରକାନ୍ତ ଗୁରୁ,ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର,ଚିତ୍ତରଞ୍ଜନ ରଥ, ଦୈତାରୀ ମହାରଣା,କାମରାଜୁ ଗୌଡ଼,ସୀମାଞ୍ଚଳ ବିଷୋୟୀ, ନିତ୍ୟାନନ୍ଦ ବିଷୋୟୀ,କାମରାଜୁ ସ୍ୱାଇଁ,ଚିତ୍ତ ବିଷୋୟୀ,କେ ରବୀନ୍ଦ୍ର ପାତ୍ର,ସନ୍ତୋଷ କୁମାର ସ୍ୱାଇଁ, ରବୀନ୍ଦ୍ର ସାମନ୍ତ,ଜିଲ୍ଳାପରିଷଦ ସଭ୍ୟ ସୁଧୀର କୁମାର ଜେନା, ରାଧାସ୍ୱାମୀ ରାଜୁ,ବିଜୟ କୁମାର ସାହୁ,ଚନ୍ଦ୍ରମଣୀ ଗୁରୁ ପ୍ରମୁଖ ମନୋନୀତ ହୋଇଥିଲେ । ଆଗାମୀ ଦିନରେ ମାଆଙ୍କ ପୀଠର ଉନ୍ନତିକରଣ ସହିତ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ପ୍ରୟାସ କରାଯିବ ବୋଲି କମିଟି ସଭାପତି ଶ୍ରୀ ତ୍ରିପାଠି ପ୍ରକାଶ କରିଥିଲେ । ବିଶେଷ କରି ମନ୍ଦିରରେ ପାନୀୟ ଜଳର ବ୍ୟବସ୍ଥା,ମନ୍ଦିର ପାଚେ଼ରୀ ନିର୍ମାଣ ଏବଂ ମନ୍ଦିର ସୌନ୍ଦର୍ଯ୍ୟକରଣ ଦିଗରେ ଏହି କମିଟି ପଦକ୍ଷେପ ନେବ ବୋଲି ସେ ପ୍ରକାଶ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.