ମହୁଲିଆରେ ନାଟକ ପରିବେଷଣ ବେଳେ ଗଣ୍ଡଗୋଳ ।

0 232

ଭଞ୍ଜନଗର,୦୩/୦୪(ପିପିଟି):ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଦଣ୍ଡଯାତ୍ରା ଚାଲିଛି । ଗତକାଲି ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ଦଣ୍ଡଯାତ୍ରା ଚାଲିଥିବା ବେଳେ ଗଣ୍ଡଗୋଳରେ କିଛି ଯୁବକ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଘୁ. ନୂଆଗାଁ ଗ୍ରାମର ଦଣ୍ଡଯାତ୍ରା ଦଳ ମହୁଲିଆ ଠାରେ ନାଟକ ପରିବେଷଣ କରୁଥିବା ବେଳେ ନିକଟସ୍ଥ ଗୋଲା ପଡ଼ା ଗ୍ରାମର କିଛି ଯୁବକ ସେଠାରେ ଅଶାନ୍ତି ସୃଷ୍ଟି କରିଥିଲେ। ଯାହାକୁ ନେଇ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ନାଟକ ଅଧାରେ ବନ୍ଦ ହୋଇ ଯାଇଥିଲା।ଗ୍ରାମ କମିଟି ବୁଝାସୁଝା କରିବା ପରେ ପୁଣି ନାଟକ ଆରମ୍ଭ ହୋଇଥିଲା। କିଛି ସମୟ ପରେ ପୁଣିଥରେ ଗୋଲା ପଡ଼ା ଗ୍ରାମର ଉକ୍ତ ଯୁବକମାନେ ଆସି ମଞ୍ଚରେ ଚଢ଼ି ଗାଳି ଗୁଳଜ କରିଥିଲେ ।ଫଳରେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ଏଥିରେ ଉଭୟ ପକ୍ଷର ଲୋକେ ଠେଙ୍ଗାବାଡିରେ ପିଟାପିଟି ହେବା ଯୋଗୁଁ କିଛି ଯୁବକ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଥି ମଧ୍ୟରେ ଗୋଲା ପଡ଼ା ର ସୁନନ୍ଦ ପଣ୍ଡା ନାମକ ଯୁବକ ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.