ବ୍ରହ୍ମପୁର,୦୧/୦୪(ପିପିଟି):ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୫୭୦୩ ତା,୦୩/୦୩/୨୦୨୩ ରିଖରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ଜିଲ୍ଲା କାର୍ଯ୍ୟାଳୟ ମାନଙ୍କରେ ତା,୨୦/୦୩/୨୦୨୩ ସୁଦ୍ଧା ଅସ୍ଥାୟୀ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇବା ପାଇଁ କିନ୍ତୁ ଏଯାଏଁ ଗଞ୍ଜାମ ଜିଲ୍ଲାରେ କୌଣସି ତତ୍ପରତା ପ୍ରକାଶ ନ ପାଇବା ଭଳି ଅନୁମାନ କରାଯାଉଛି । ପ୍ରକାଶ ଥାଉକି ଗତ ୨୦୨୦ ପର ଠାରୁ ଜିଲ୍ଲା କାର୍ଯ୍ୟାଳୟରେ କୌଣସି ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ନ ଥିବାରୁ ଜିଲ୍ଳାର କିଛି ଅଗ୍ରଣୀ ଶିକ୍ଷକ ସଂଗଠନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଯୋଗା ଯୋଗ କରିଥିଲେ । ତେଣୁ ଜିଲ୍ଲା ଶିକ୍ଷାଧିକାରୀ ପତ୍ର ସଂଖ୍ୟା ୨୨୮୪୮ ତା,୩୧/୧୨/୨୦୨୨ ରେ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ୧୫/୦୧/୨୦୨୩ ସୁଦ୍ଧା ତଥ୍ୟ ପ୍ରଦାନ କରିବା ପାଇଁ ସ୍ଵଷ୍ଟ ନିର୍ଦ୍ଦେଶ ଦେଇଥିଲେ । କିଛି ଗୋଷ୍ଠୀ ଶିକ୍ଷାଧିକାରୀ ମାର୍ଚ୍ଚ ମାସ ଯାଏଁ ତାଲିକା ନ ଦେବାରୁ ଶିକ୍ଷା ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ର ବିଷୟ ପାଲଟି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଜିଲ୍ଲାରେ ଏଭଳି ସରକାରୀ ଅଫିସର ମାନଙ୍କ ଅବହେଳା ଶୋଭନିୟ ନୁହେଁ ବୋଲି ଶିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post
Next Post