ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ପାଞ୍ଚ ମୋବାଇଲ୍ ଜବତ କଲା ଗାଙ୍ଗପୁର ପୋଲିସ୍ ।

0 227

ବେଲଗୁଣ୍ଠା,୨୭/୦୩(ପିପିଟି): ଆଜି ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ବ୍ୟକ୍ତିକୁ ଗିରଫ କରି ତାକୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଆଜି ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଭଞ୍ଜନଗର ତୋଟା ସାହିର ମାଧବ ରାଇ ନାମକ ଜଣେ ବ୍ୟକ୍ତି ପୋଲିସ୍ କୁ ଦେଖି ହଡବଡେଇ ଯାଇଥିଲା । ଏହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ୍ ମାଧବର କାର୍ଯ୍ୟକଳାପ ଉପରେ ସନ୍ଦେହ କରି ତାକୁ କାବୁ କରିବା ପରେ ତାଠାରୁ ପାଞ୍ଚୋଟି ଆଣ୍ଡ୍ରଏଡ୍ ମୋବାଇଲ୍ ଜବତ କରିଥିଲେ । ଏହାପରେ ମାଧବକୁ ଚୋର ସନ୍ଦେହରେ ଥାନାକୁ ଆଣି ଘଟଣା ସମ୍ପର୍କରେ କେଶ୍ ନମ୍ବର୍ ୨୦୧/୨୩ ରେ ଏକ ମାମଲା ରୁଜୁ କରି ତାକୁ ଆସିକା କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.