ଭଞ୍ଜନଗର ଠାରେ ହେବ ୨ଦିନିଆ କଣ୍ଢେଇ ଉତ୍ସବ ।

0 447

ଭଞ୍ଜନଗର,୨୬/୦୩(ପିପିଟି):କଣ୍ଢେଇ ନାଚ ପ୍ରତି ନୂଆଁ ସମ୍ଭାବନା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପପେଟ୍ ୱାର୍ଲ୍ଡ ପକ୍ଷରୁ ଆସନ୍ତ ୨୯ ଏବଂ ୩୦ ତାରିଖ ଦିନ ଭେଜିପୁଟ ବଡଦାଣ୍ଡରେ ଘୁମସର କଣ୍ଢେଇ ଉତ୍ସବ ପାଳନ କରିବା ନେଇ ସଂସ୍ଥାର ସଭାପତି ସଂସ୍କୃତି ରତ୍ନ ନାରାୟଣ ମହାରଣା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କଳା ମାଧ୍ୟମରେ ସମସ୍ତଙ୍କର ମନୋରଞ୍ଜନ ସହ ସଚେତନ କରିଆସୁଥିବା କଳାକାର ମାନେ ସବୁବେଳେ ବଞ୍ଚିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ତେଣୁ ଏହି ସୂତା କଣ୍ଢେଇ କଳାକୁ ବଞ୍ଚାଇ ରଖିବା ସହ ଏହାର ମୌଳିକତାକୁ ନେଇ ନୂଆଁ ପିଢୀ ତିଆରି କରିବା ଲକ୍ଷ୍ୟ ନେଇ ଏଭଳି ଅଭିନବ ପଦକ୍ଷେପ ନିଆଯାଉଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭଞ୍ଜନଗର ସ୍ଥିତ ଡ଼ିସେନ୍ସ କଲୋନୀ ଲାବଣ୍ୟବତୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଅଶୋକ ମହାପାତ୍ର,ସମ୍ପାଦକ ପିତାମ୍ବର ପରିଡା,ସଙ୍ଗଠନ ସମ୍ପାଦକ ପ୍ରଶାନ୍ତ ବିଶୋୟୀ,କେଶବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.