ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର ।

0 285

ଭଞ୍ଜନଗର,୨୫/୦୩(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର  ହୋଇଛନ୍ତି।ଚାଳକ ଜଣଙ୍କ ହେଲେ ତାରାସିଙ୍ଗି ଥାନା କାଦଲୁଣ୍ଡି ଗ୍ରାମର ପ୍ରମୋଦ ପ୍ରଧାନ (୬୦) । ସେ କୌଣସି କାମରେ ଭଞ୍ଜନଗର ଆସି ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ କୁଲାଡ଼ ଛକ ନିକଟରେ ରାସ୍ତା ଉପରକୁ ହଠାତ ଏକ ଗାଈ ଚାଲି ଆସିବାରୁ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.