ଓକିଲ ସଂଘ ସଭାପତି ଅଭିମନ୍ୟୁ ଓ ସମ୍ପାଦକ ହରେକୃଷ୍ଣ ।

0 284

ଭଞ୍ଜନଗର,୨୫/୦୩(ପିପିଟି):ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନଜୀବୀ ଅଭିମନ୍ୟୁ ଗୌଡ ସଭାପତି ଏବଂ ହରେକୃଷ୍ଣ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ରଜତ କୁମାର ଦାସ,ସହ ସମ୍ପାଦକ ଭାବେ ଚନ୍ଦ୍ରମଣି ମହାପାତ୍ର ନିର୍ବାଚିତ ହୋଇ ଥିବା ବେଳେ କୋଷାଧ୍ୟକ୍ଷ ପଦବୀରେ ଏକାକୀ ନାମାଙ୍କନ ଦାଖଲ କରିଥିବା ଗିରିଜା ଶଙ୍କର ଭୁୟାଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତ୍ରିନାଥ ମଳିକ ସୁଚନା ଦେଇଛନ୍ତି। ଏହି ନିର୍ବାଚନରେ ୪ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ୨୧୯ ଜଣ ଭୋଟର ଭୋଟ ଦେଇ ଥିଲେ। ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ସଭାପତି ପ୍ରାର୍ଥୀ ଅଭିମନ୍ୟୁ ଗୌଡ ୧୧୨ ଖଣ୍ଡ ଭୋଟ ଓ ପ୍ରଦ୍ୟୁମ୍ନ କୁମାର ନାୟକ ୧୦୩ ଖଣ୍ଡ ଭୋଟ ପାଇଥିବା ବେଳେ ୪ ଟି ଭୋଟ ନାକଚ ହୋଇଥିଲା। ସେହିପରି ଉପ ସଭାପତି ପ୍ରାର୍ଥୀ ରଜତ ଦାସ ୧୧୨ ଖଣ୍ଡ ଭୋଟ ଓ ରବିନ୍ଦ୍ର ନାଥ ବେହେରା ୯୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସମ୍ପାଦକ ପ୍ରାର୍ଥୀ ହରେକୃଷ୍ଣ ମହାପାତ୍ର ୧୧୦ ଖଣ୍ଡ ଭୋଟ ଓ ସମୀର କୁମାର ନାୟକ ୧୦୮ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସହ ସମ୍ପାଦକ ପ୍ରାର୍ଥୀ ଚନ୍ଦ୍ରମଣି ମହାପାତ୍ର ୧୫୫ ଖଣ୍ଡ ଭୋଟ ଓ ନୃସିଂ ପଣ୍ଡା ୬୦ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ମଳିକଙ୍କ ସମେତ ବିମ୍ବାଧର ଷଢଙ୍ଗୀ,ଅକ୍ଷୟ ସାହୁ,ବଂଶୀଧର ପ୍ରାଧାନ,ସନ୍ତୋଷ କୁମାର ପାଳ,ରାଜେଶ୍ବର ରାଓ ଆଚାରୀ,ଧ୍ରୁବ ତ୍ରିପାଠୀ,ପ୍ରଭାକର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.