ମାଲକାନଗିରି ବନଖଣ୍ତ ତରଫରୁ ବିଶ୍ବ ବନ ଦିବସ ପାଳିତ ।

0 214

ମାଲକାନଗିରି,୨୧/୦୩(ପିପିଟି):ମାଲକାନଗିରି ବନଖଣ୍ଡ ଆନୁକୂଲ୍ଯରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପାଲ୍ଲୀ,ଏସିଏଫ କନ୍ଦନ ସିଂ,ରାମକୃଷ୍ଣ ଚୌଧୁରୀ ଯୋଗ ଦେଇ ପରିବେଶ ସୁରକ୍ଷା ଏବଂ ନିଆଁ ଦାଉରୁ ଜଙ୍ଗଲକୁ କିପରି ସୁରକ୍ଷା କରାଯାଇ ପାରିବ ବୁଝାଇଥିଲେ । ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଭେଜାଗୁଡା ସରପଞ୍ଚ ଭୀମସେନ ନାୟକଙ୍କୁ ୨୦ ହଜାର ଟଙ୍କା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ବେଳେ ୧୦ ହଜାର ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ଆପନାମାଳ ଉଚ୍ଚ ବିଦ୍ଯାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଏବଂ ତାଙ୍କ ବନ କର୍ମଚାରୀମାନେ ଚିତାବଘ ଚମଡା ଜବତ କରିବାରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସେମାନଙ୍କୁ ମାନପତ୍ର ଏଲଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଗନ୍ଦିପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ମନୋଜ କୁମାର ପଟ୍ଟନାୟକ,ମାଥିଲି ବନାଞ୍ଚାଳ ଅନ୍ତର୍ଗତ ଚମ୍ପାଝରଣ ବନସୁରକ୍ଷା ସମିତି ସଭାପତି ନୀଳ ବିଷୋୟୀ, ଚିତ୍ରକୋଣ୍ଡା ବନାଞ୍ତଳ ଅନ୍ତର୍ଗତ ଅଞ୍ଜାରୀଗୁଡା ବନ ସୁରକ୍ଷା ସମିତି ସଭାପତି ଘେନୁ ମୁଦୁଲି, ମୋଟୁ ବନାଞ୍ଚଳ ଅନ୍ତର୍ଗତ ସୁନାବେଢା ବନ ସୁରକ୍ଷା ସମିତି ସଭାପତି ହରି ବୁରୁଡି,କାଲିମେଳା ବନାଞ୍ଚଳ ଅନ୍ତର୍ଗତ ଭେଙ୍କଟପଲ୍ଲୀ ବନ ସୁରକ୍ଷା ସମିତି ସଭାପତି ରା ଚନ୍ଦ୍ର କରାମ,ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଡାଇକ୍-୧ ବନ ସୁରକ୍ଷା ସମିତି ସଭାପତି ରଘୁ ପାଙ୍ଗୀଙ୍କୁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ସେମାନଙ୍କ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସମ୍ମାନିତ କରିଥିଲେ । ଏହା ବ୍ଯତିତ ମାଲକାନଗିରି ବନାଞ୍ଚଳର ବନରକ୍ଷୀ ବାସନ୍ତୀ ମାଡକାମୀ ଏବଂ ସାରୁ କୱାସୀ ଭୁବନେଶ୍ବରର ଜୟଦେବ ଭବନ ଠାରେ ଅନୁଷ୍ଠିତ ବିଶ୍ବ ବନ ଦିବସ-୨୦୨୩ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତମ ସେବା ପାଇଁ ପୁରସ୍କୃତ କରିଥିଲେ । ଆଜିର କାର୍ଯ୍ଯକ୍ରମକୁ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ମଞ୍ଚ ପରିଚାଳା କରିଥିଲେ । ଏହି ଉତ୍ସବରେ ସମସ୍ତ ବନ କର୍ମଚାରୀମାନେ ଯୋଗଦେଇ ସଫଳ ରୂପାୟନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.