ଭଞ୍ଜନଗର,୧୮/୦୩(ପିପିଟି):ଭଞ୍ଜନଗର ବସଷ୍ଟାଣ୍ଡ ପରିସରରେ ଆଜି ସଂନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅସ୍ବାଭାବିକ ଭାବେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ୍ ପୁଲିସ୍କୁ ଖବର ଦେଇଥିଲେ। ମୃତକ ଜଣକ ଶରତ କୁମାର ମିଶ୍ର ଏବଂ ସେ ନୟାଗଡ ଜିଲ୍ଲା ଓଡଗାଁ ଇଲାକାର ବୋଲି ପୁଲିସ୍ ଜାଣିବାକୁ ପାଇବା ପରେ ପରିବାର ଲୋକଙ୍କୁ ଖବର ଦୋବା ସହ ଡାକ୍ତରଖାନାକୁ ମୃତଦେହ ପଠାଇଥିବା ଜଣାପଡିଛି। ପରିବାର ଲୋକ ଆସିବା ପରେ ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ସେ ଓଏଫଡିସି କାର୍ଯ୍ୟାଳୟରେ ଚାକିରୀ କରୁଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )
Prev Post