ଡାଲି ଅଟୋ ଓଲଟି ପଡିବାରୁ ଆଖୁପଣା ବିକାଳୀଙ୍କ ମୃତ୍ୟୁ ।

0 309

ପୋଲସରା,୧୮/୦୩(ପିପିଟି):ଆଖୁପଣା ବିକ୍ରି କରି ପରିବାର ଚଳାଉଥିବା ଜଣେ ବ୍ୟକ୍ତି ଆଜି ନିଜର ଅଟୋ ଟି ଓଲଟି ପଡିବାରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପୋଲସରା ବ୍ଳକର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ବଘାଡି ଗ୍ରାମର ସନ୍ତୋଷ ସାହୁ (୩୭ ବର୍ଷ) ବେଲଗାଁ ଛକରେ ଆଖୁପଣା ବିକ୍ରି କରି ପରିବାର ପୋଷଣ କରୁଥିଲେ। ସବୁଦିନ ପରି ଆଜି ମଧ୍ୟ ସନ୍ତୋଷ ସକାଳେ ଆସି ବେଲଗାଁ ଛକରେ ଆଖୁପଣା ବିକିଥିଲେ ଏବଂ ଅପରାହ୍ନ ପ୍ରାୟ ୪ ସମୟରେ ନିଜ ଗାଁ ବଘାଡି କୁ ଫେରୁଥିବା ବେଳେ କନକ ଦୁର୍ଗା ବିଦ୍ୟାପୀଠ ସମ୍ମୁଖରେ ହଠାତ୍ ଅଟୋ ଟି ଦୁର୍ଘଟଣାର ସମ୍ମୁଖୀନ ହେଇଥିଲା । ଫଳରେ ସ୍ଥାନୀୟ ଲୋକମାନେ ସନ୍ତୋଷଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସନ୍ତୋଷଙ୍କ ମୃତ୍ୟୁ ହୋଇ ଯାଇଥିବା ଡ଼ାକ୍ତର ଘୋଷଣା କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.