ବୀରମହାରାଜପୁର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ଼ ଶୁଭ ଉଦଘାଟନ ।

0 227

ଉଲୁଣ୍ଡା,୧୧/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଶନିବାର ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଲ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଲୟ ନିକଟସ୍ଥ ଚମ୍ପେଶ୍ୱର ଦୁଗ୍ଧ ସମବାୟ ସମିତିରେ ଏକ ନୂତନ ସ୍ୱୟଂ ଚାଳିତ ଦୁଗ୍ଧ ପରୀକ୍ଷା ଯନ୍ତ୍ରକୁ ମାନ୍ୟବର ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାକୁ ସମବାୟ ସମିତି ସଭାପତି କିଶୋର କୁମାର ହୋତା ପରିଚାଳନା କରିଥିବାବେଳେ ସମଲେଶ୍ୱରୀ ଦୁଗ୍ଧ ଉତ୍ପାଦନର ମୁଖ୍ୟ ପରିଚାଳକ ଡକ୍ତର ସରୋଜ କୁମାର ସାହୁ, ସମ୍ମାନିତ ଅତିଥି ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ସାହୁ,ମହାସଂଘର ସଭାପତି ବିଦ୍ୟାଧର ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ କୁମାର ରଥ ପ୍ରମୁଖ ଯୋଗ ଦେଇ ଚାଷୀ ମାନଙ୍କ ସମସ୍ୟା ଓ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ପରିଚାଳକ ସନ୍ତୋଷ କୁମାର ମହାନ୍ତି, କ୍ଷେତ୍ର ପରିଚାଳକ ସହଦେଵ ଶତପଥି,ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ହୋତା, ମୃତ୍ୟୁଞ୍ଜୟ ଦେହୁରୀ,ବରିଷ୍ଠ ଚାଷୀ ହୃଷିକେଶ ପଧାନ, ରଂଜିତ ଖେତୀ, ନରୋତ୍ତମ ପଧାନ, ପ୍ରଦୀପ ସାହୁ, ସମୀର ବିଶ୍ୱାଳଙ୍କ ସମେତ ସ୍ୱୟଂ ସହାୟକସଙ୍ଘ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଦୁଗ୍ଧ ଚାଷୀ ସତ୍ୟବାନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ବୀରମହାରାଜପୁର ବ୍ଳକ ବାଗବର ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ୫ କୋଟି ଟଙ୍କାର ଛାତ୍ରବାସ ଓ ୪ କୋଟି ଟଙ୍କାର ଛାତ୍ରୀବାସର ନିର୍ମାଣ ପାଇଁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାଯାଇଛି । ସେହିପରି ଜନସାଧାରଣଙ୍କ ସୁବିଧା ପାଇଁ ବାଗବର ଠାରୁ ତେନ୍ତୁଳିମହଦା ହରିହର ଜୋର ଉପରେ ୧୫ କୋଟି ୨୦ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ପୋଲର ଶ୍ରୀ ବିଧାୟକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବିଜୁ ଜନତା ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.