ମାଲକାନଗିରି,୦୯/୦୩(ପିପିଟି): ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ମହିଳା ଦିବସ ପାଳନ କରାଯାଇଛି । ଆଜିର ଏହି ବୈଠକକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ ଉଦଘାଟନ କରିବା ସହିତ ମହିଳା ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ତାହା ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ ମାଲକାନଗିରି ବିଶାଲ ସିଂ ଜିଲ୍ଲାରେ ଭଲ କାମ କରୁଥିବା ସିଡିପିଓ, ସୁପ୍ରଭାଇଜର , ଅଙ୍ଗନୱାଡ଼ି କର୍ମୀ,କିଶୋରୀଙ୍କୁ ସମ୍ମାନୀତ କରିଥିଲେ । ସେହିପରି ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ମହିଳାମାନଙ୍କୁ ବିଭିନ୍ନ ଅଧିକାର, ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁରାଧା ମହାନ୍ତି ମହିଳା ଦିବସ ସମ୍ପର୍କରେ ଆଲୋକପାତ କରି ମହିଳାମାନଙ୍କ ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ସଫଳତାକୁ ବର୍ଣ୍ଣନା କରିଥିଲେ । ଆଜିର ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ସିଡବ୍ଲୁସି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପିକା ନମିତା ଦଣ୍ଡସେନା, ସାମାଜିକ କର୍ମୀ ଜୟନ୍ତୀ ବୈରାଗୀ, ମମତା ଚୌଧୁରୀ, ସ୍ମିତରାଣୀ ବେହେରା ,ସଞ୍ଜୀବ ସାହୁ,ପ୍ରସନ୍ନ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ଆଇସିଡିଏସ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ସଖି ସେଣ୍ଟରର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଜିର ଏହି ବୈଠକକୁ ଇନ୍ଦିରା ପ୍ରଧାନ ପରିଚାଳନା କରିଥିଲେ ଏବଂ ଶେଷରେ ମମତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାଗିରି)
Prev Post