ସମ୍ପନ୍ନ ହେଲା ବୀରମହାରାଜପୁର ଅଞ୍ଚଳର ହରିହର ଭେଟ ବା ଫଗୁନ ପୁନି ଯାତ୍ରା :ଉପଭୋଗ କଲେ ହଜାର ହଜାର ଶ୍ରଦ୍ଧାଳୁ ।

0 271

ଉଲୁଣ୍ଡା,୦୯/୦୩(ପିପିଟି): ଦୁଇ ବର୍ଷର କୋଭିଡ କଟକଣା ପରେ ଏ ବର୍ଷ ଖୁବ ଧୁମ ଧାମରେ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଐତିହ୍ୟ ସମ୍ପନ୍ନ ଦୋଳ ମହୋତ୍ସବ ବା ଫଗୁନ ପୁନି ଯାତ୍ରା । ଶ୍ରଦ୍ଧା ଓ ଭକ୍ତି ମଧ୍ୟରେ ଫାଲଗୁନ ପୂର୍ଣ୍ଣିମା ପର ଦିନ ସକାଳେ ଅର୍ଥାତ ହୋଲି ଦିନ ଭୋର ସକାଳୁ ସମ୍ପନ୍ନ ହୋଇଥିଲା ଦେବମିଳନ ତଥା ହରିହର ଭେଟ । ଏହି ମହାର୍ଘ୍ୟ ଦେବ ମିଳନ ପର୍ବରେ ରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହେବା ସହିତ ଫଗୁ ଓ ଅବିରରେ ରଙ୍ଗେଇ ହୋଇଥିଲେ। ଏବର୍ଷ ଚମ୍ପାମାଲର ବାବା ଚମ୍ପେଶ୍ଵର, କମଳପୁରର ବାବା ଗୁପ୍ତେଶ୍ୱର,ଟିଠିପାଲି ବାବା ରାମେଶ୍ଵର, ବୀରମହାରାଜପୁର ଜଗନ୍ନାଥ ମନ୍ଦିରର ରାଧାକୃଷ୍ଣ ଓ ମଦନମୋହନ, କୁମୁରସିଂହାର ଲକ୍ଷ୍ମୀ ନାରାୟଣ, ବାଗବର ଓ ଷଣ୍ଢାର ରାଧାକୃଷ୍ଣ ଆଦି ଦିଅଁ ସୁସଜ୍ଜିତ ବିମାନରେ ବିଜେ ହୋଇ ମେଳଣ ପଡ଼ିଆରେ ପହଞ୍ଚି ଥିଲେ। ଫଗୁଖେଳ ମଧ୍ୟରେ ହରିହର ଭେଟ ଅନୁଷ୍ଠିତ ହୋଇଥିଲା। ଏହା ପରେ ଦୋଳ ମଣ୍ଡପରେ ମାଙ୍ଗଳିକ ବିଧି ସମ୍ପନ୍ନ ସହିତ ମହାଆଳତୀ ଅର୍ପଣ କରାଯାଇଥିଲା। ଏଣେ ଚବିଶ ପ୍ରହରୀ ନାମ ଯଜ୍ଞ ର ପୂର୍ଣ୍ଣାହୁତି ପଡ଼ିଥିଲା। ଏଠାରେ ଦୋଳ ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସୁଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ,‌ ଦେବୋତ୍ତର ବିଭାଗ ଓ ପୋଲିସ ସହିତ ନାମ ଯଜ୍ଞ କମିଟି ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଏଥର ଦୋଳଯାତ୍ରା ରେ ନାହିଁ ନଥିବା ଲୋକ ଭିଡ ଅନୁଭୂତି ହୋଇଥିଲା। ପୂର୍ଣ୍ଣିମା ରାତି ତମାମ ଜନଗହଳି ଲାଗିରହିଥିବା ବେଳେ ମୀନା ବଜାର, ଭଲିକିଭଳି ଦୋକାନ ବଜାର ପସରା ମେଳିଥିବାରୁ ଲୋକେ ତାହାର ଭରପୁର ମଜା ଉଠାଇଥିଲେ । ରାଜ ରାଜୁଡା ଅମଳରୁ ଏହା ଚାଲି ଆସିଥିବା ହରିହର ଭେଟ ପର୍ବ କ୍ରମଶଃ ସଂପ୍ରସାରିତ ହେବା ସହ ବିରାଟ ମେଳାରେ ରୂପାନ୍ତରିତ ହୋଇସାରିଛି । ଏହାର ଗାରିମାକୁ ଅକ୍ଷୁନ୍ନ ରଖିବାକୁ ଅଞ୍ଚଳର ସଂସ୍କୃତି ପ୍ରେମୀ ତଥା ବୁଦ୍ଧିଜୀବୀ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.