କୁଲାଡରେ ଧୁମଧାମରେ ଦୋଳ ଯାତ୍ରା ଅନୁଷ୍ଠିତ ।

0 159

ଭଞ୍ଜନଗର,୦୭/୦୩(ପିପିଟି):ତିନିଶହ ବର୍ଷ ପୁରାତନ ଐତିହ୍ୟ ଦୋଳ ଯାତ୍ରା କୁଲାଡ ଠାରେ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଯାଇଛି। ୧୭୬୦ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ଏହି ମେଳଣ ପର୍ବ। ବକୁଳ ଭୂଷଣ ଆଚରିଆର ଶ୍ରୀ ରଙ୍ଗମ ତିରୁଚିର ପଲ୍ଲୀ ଦକ୍ଷିଣ ଭାରତରୁ ଆସି ନାରାୟଣ ପାଟଣା ରେ ପ୍ରଭୁ ଶ୍ରୀନାରାୟଣ ସ୍ୱାମୀଙ୍କ ମନ୍ଦିର ସ୍ଥାପନ କରିବା ଠାରୁ ଏହି ପୁରାତନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ସ୍ଥାନୀୟ ବରିଷ୍ଠ ନାଗରିକ ମାନେ କହିଛନ୍ତି । ଦଶମୀ ଠାରୁ ଆରମ୍ଭ ହୋଇ ପୁର୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ଦୋଳପର୍ବ ପାଳନ ହୋଇ ଆସୁଛି । ଦୋଳ ପୁର୍ଣିମା ଦିନ ଚାରି ଠାକୁର ଶ୍ରୀ ନାରାୟଣ ସ୍ୱାମୀ,ଶ୍ରୀ ଜଗନ୍ନାଥ ସ୍ୱାମୀ,ଶ୍ରୀ ଗୋପୀନାଥ ସ୍ୱାମୀ,ଶ୍ରୀ ରଘୁନାଥ ସ୍ୱାମୀଙ୍କ ମିଳନ କୁଲାଡ ବଡ଼ ଦାଣ୍ଡ ଠାରେ ବହୁ ଆଡମ୍ବର ସହ ହୋଇଥିଲା। ରାଜଗୁରୁ ତେଜ ନାଥାନ୍ ଆୟଙ୍ଗାର ପ୍ରଥମେ ଫଗୁ ପକାଇ ଚାରି ଠାକୁରଙ୍କ ମିଳନ କରାଇଥିଲେ । ପରେ ସ୍ଥାନୀୟ ଜନସାଧାରଣ ଓ ଭକ୍ତ ମାନେ ଫଗୁ ପକାଇ ଦୋଳ ମେଲଣ ପର୍ବ ପାଳନ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ମିଳନ ପରେ ରାଜାଗ୍ନୀ ଅଗ୍ନି ସ୍ଥାପନ କରାଯାଇଥାଏ। ଉକ୍ତ ଯାତ୍ରାରେ କନ୍ଧମାଳ ଅଞ୍ଚଳରୁ ହଜାର ହଜାର କନ୍ଧ ଓ କୁଇ ସମ୍ପ୍ରଦାୟର ଭକ୍ତ ମାନଙ୍କ ସମାଗମ ହୋଇଥଏ। ଏଥି ସହ ଏହି ଯାତ୍ରାରେ ଗୋବର ତିଆରି ବିଭିନ୍ନ ରଙ୍ଗ ବେରଙ୍ଗର କଣ୍ଢେଇ ଦେଖିବାକୁ ମିଳିଥାଏ।ଏହି କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି,ପୁଲିସ ପ୍ରଶାସନ, ନାରାୟଣ ସ୍ୱାମୀ ଯୁବକ ସଂଘ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.