ମେଧାବୀ ଛାତ୍ର ଦେବାଶିଷଙ୍କ ସ୍ମୃତିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

0 376

ବେଲଗୁଣ୍ଠା,୦୭/୦୩(ପିପିଟି):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ଛାତ୍ର ସ୍ୱର୍ଗତ ଦେବାଶିଷ୍ ବେବର୍ତ୍ତାଙ୍କ ଦ୍ୱାଦଶାହ ତିଥିରେ ସ୍ଵର୍ଗତ ଆତ୍ମାର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋବରା ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୋଟ ୭୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୦ ଜଣଙ୍କ ମାଗଣା ପରଳ ଅସ୍ତ୍ରୋପଚାର ନିମନ୍ତେ ଚୟନ କରାଯାଇଥିଲା ।ଦେବାଶିଷଙ୍କ ମାମୁ ତଥା ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବେଣୀପୋଲି ସରପଞ୍ଚ ଦୁର୍ଗା ମାଧବ ନାୟକ ,ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୂପାଦ ଜେନା, ଅବସରପ୍ରାପ୍ତ ସେନାଅଧିକାରୀ ଗଣପତି ବିଷୋୟୀ,ଡାକ୍ତର ସରୋଜ ପ୍ରଧାନ, ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,କନିଷ୍ଠ ଯନ୍ତ୍ରୀ ସୁଜିତ୍ ପାତ୍ର, ପ୍ରାକ୍ତନ ସରପଞ୍ଚ ଗୋଲାପ ଜେନା,ସରୋଜ ସ୍ଵାଇଁ, ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ରାଧାସ୍ୱାମୀ ରାଜୁ ପ୍ରମୁଖ ଯୋଗଦେଇ ଦେବାଶିଷଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ କ୍ରିଷ୍ଣା ରାଓ, ସାଗର ପୃଷ୍ଟି, ମୀନାକ୍ଷୀ ପାଣିଗ୍ରାହୀ, ମଧୁସ୍ମିତା ପାଇକ, ସୁନୀତା ଗୌଡ଼ ପ୍ରମୁଖ ଲୋକଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ଅମରେନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ଜଗନ୍ନାଥ ନାୟକ,ସୁଧାଂଶୁ ଶେଖର୍ ବିଷୋୟୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସୁଶାନ୍ତ କୁମାର ବେହେରା, ରାଜେଶ୍ ପାତ୍ର, ରାଜେଶ୍ ପଣ୍ଡା,ଶିବରାମ ଚୌଧୂରୀ, ମନୋରଞ୍ଜନ ମହାରଣା, ଧନଞ୍ଜୟ ପଟ୍ଟନାୟକ,ସନ୍ତୋଷ ଜେନା, ଶିକ୍ଷକ ଶିଶିର କୁମାର ସ୍ଵାଇଁ, ସମାଜସେବୀ ଶିବରାମ ପାତ୍ର, ଖଦାଳ ପାତ୍ରଙ୍କ ସମେତ ନବୀନ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଶାନ୍ତି ମୈତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରସନ୍ନ ପାତ୍ର ଧନ୍ୟବାଦ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.