ଜଳୁଛି ଉତ୍ତର ଘୁମୁସର ବନଖଣ୍ଡ; ନିଆଁ ଲିଭାଇବାକୁ ଚାଲିଛି ଉଦ୍ୟମ ।

0 255

ଭଞ୍ଜନଗର,୦୬/୦୩(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ହୁତୁ ହୁତୁ ହୋଇ ଜଳୁଛି। ଜଙ୍ଗଲ ଖରା ତାତି ସାଙ୍ଗକୁ ଜଙ୍ଗଲ ପୋଡି ଧୂଆଁ ଜନଜୀବନକୁ କଲବଲ କରୁଛି । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନରେ ଥିବା ବାଇବାଲି,ବିରିକୋଟ,ରମ୍ଭାପଲି,ଦୁର୍ଗାପ୍ରସାଦ ବିଟ୍ ଅଧିନରେ ଥିବା ଅଧିକାଂଶ ଜଙ୍ଗଲରେ ଦିନରାତି ଜଳୁଛି ଜଙ୍ଗଲ।ନିଆଁ କୁ ଆୟତ୍ତ କରିବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନେକ ସ୍ଥାନରେ ନିଆଁ କୁ ଆୟତ୍ତ କରାଯାଇଥିବା ବେଳେ ବହୁ ସ୍ଥାନରେ ଏବେବି ନିଆଁ ଲାଗିଛି ।ବର୍ତ୍ତମାନ ପାହାଡ ରୁ ପାହାଡ ନିଆଁ ବ୍ୟାପୁ ଥିବାରୁ ନିଆଁ ଲିଭାଇବା ବନ ବିଭାଗ ପାଇଁ କଷ୍ଟକର ହୋଇପଡିଛି । ଜଙ୍ଗଲ ପୋଡ଼ି ଯୋଗୁଁ ଗାଁ ଠୁ ସହର ଧୂଆଁ ମୟ ହୋଇଯାଇଛି । ବନ୍ୟପ୍ରାଣୀ ମାନଙ୍କ ଜୀବନ ବିପଦରେ ରହିଥିବାରୁ ଗାଁ ମୁହାଁ ହେଉଛନ୍ତି ହାତୀ ଓ କୃଷ୍ଣ ସାର ମୃଗ । ଘରୁ ବାହାରକୁ ବାହାରିଲେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି ।ତୁରନ୍ତ ବନ ବିଭାଗ ଜଙ୍ଗଲ ନିଆଁକୁ ଆୟତ ନକଲେ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରା ଯାଇଛି।ବନ ସୁରକ୍ଷା ସମିତି ଗଠନ କରାଯାଇ ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ସଚେତନ କରାଯାଇଛି। ବହୁ ସ୍ଥାନରେ ନିଆକୁ ଆୟତ କରାଯାଇଥିବା ବେଳେ ଜଙ୍ଗଲ ପୋଡ଼ି ରୋକିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.