ପୋଲସରା,୨୨/୦୨(ପିପିଟି):ପୋଲସରା କୋର୍ଟ ପରିସରରେ, ପୋଲସରା ଓକିଲ ସଂଘର ବାର୍ଷିକ ନିର୍ବାଚନି ବୈଠକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ବୈଠକରେ ସୁଶାନ୍ତ କୁମାର ସାହୁଙ୍କୁ ପୁନର୍ବାର ତୃତୀୟ ଥର ପାଇଁ ସଭାପତି ଭାବେ ମନୋନୀତ କରାଯାଇଛି, ତାସହ ସମ୍ପାଦକ ଭାବେ କବିରାଜ ଦାସ, ଉପସଭାପତି ଭାବେ ବଳରାମ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଶାନ୍ତ ଆଚାରୀ ଓ କୋଷାଧ୍ୟକ୍ଷ ଭାବେ ପ୍ରହଲ୍ଲାଦ ବିଷୋୟୀଙ୍କୁ ମନୋନୀତ କରାଯାଇଛି, ଆଇନଜୀବୀ ଶରତ ଚନ୍ଦ୍ର ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ,ଉକ୍ତ ବୈଠକରେ ବରିଷ୍ଟ ଆଇନଜୀବୀ ଗୌରହରି ବିଷୋୟୀ,ଅଗସ୍ତି ବରାଡ,ପବିତ୍ର ନାୟକ,ରତ୍ନାକର ମହାନ୍ତି,ସିମାଞ୍ଚଳ ହୋତା, ସୁନୀତା ପାଣିଗ୍ରାହୀ,ପ୍ରଶାନ୍ତ ସାହାଣୀ, ସୀତାକାନ୍ତ ମିଶ୍ର,ସୁଜିତ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ରଜନୀ କାନ୍ତ ପ୍ରଧାନ,ଅନିଲ କୁମାର ମହାକୁଡ଼,ହରିହର ସାହୁ,କପିଳ ପୋଲାଇ ଓ ଅକ୍ଷୟ ଦାସ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )
Prev Post