ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

0 354

ଭଞ୍ଜନଗର,୦୯/୦୨(ପିପିଟି): ଭଞ୍ଜନଗର ଏନଏସି ୯ନଂ ୱାର୍ଡ ତୋଟା ସାହି ଠାରେ ଆଜି ରୟାଲ କ୍ଲବ ତରଫରୁ ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସମ୍ମାନିତ ଅତିଥି ରୂପେ ସରକାରୀ ଓକିଲ ଦିବାକର ନାୟକ, ସମାଜସେବୀ ଶୂଳ ପାଣି ଶତପଥୀ,୯ନଂ ୱାର୍ଡ କାଉନସିଲର ଜୟନ୍ତୀ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଗଞ୍ଜମ, କନ୍ଧମାଳ ଓ ଗଜପତି ଜିଲ୍ଲାର ବଛାବଛା ୮ଟି ଦଳ ଭାଗ ନେଉଛନ୍ତି। ଆଜିର ଉଦଘାଟନୀ ମ୍ୟାଚରେ ଦିଗପହଣ୍ଡିର ଆର୍ୟାନ ସିକ୍ସ ସହ ବ୍ରହ୍ମପୁର ର କାର୍ଗିଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ମୋଟ ୩ଟି ସେଟ୍ ମଧ୍ୟରୁ ପ୍ରଥମ ସେଟ୍ ରେ ବ୍ରହ୍ମପୁର ଦଳ ବିଜୟୀ ହୋଇଥିବା ବେଳେ ଅନ୍ୟ ଦୁଇଟି ସେଟ୍ ଲଗାତାର ଭାବେ ଦିଗପହଣ୍ଡି ଦଳ ବିଜୟଲାଭ କରି ପ୍ରଥମ ଦଳ ଭାବେ ସେମି ଫାଇନାଲ୍ ରେ ପ୍ରବେଶ କରିଛି। ଏହି ମ୍ୟାଚରେ ଶରତ କୁମାର ରାଉତ ରେଫରି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ କ୍ଲବ ର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.