ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ ।

0 229

ବାଲିଗୁଡା,୦୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ ୫୯ନଂ. ଜାତୀୟ ରାଜପଥରେ  କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ କୌଣସି ଯାତ୍ରୀବାହୀ ବସ ନ ଆସିବାରୁ ଏକ ଟ୍ରକ ରେ ସ୍କୁଲରୁ ଫେରୁଥିବା ବେଳେ ପରମପାଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ଜେନାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ଶିକ୍ଷକ ଙ୍କ ଠାରୁ ୧୪ ହଜାର ୯୮୦ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଏବଂ ଡ୍ରାଇଭର ଶ୍ରୀଧର ମହାପାତ୍ରଙ୍କୁ ମଧ୍ୟ ମାଡ଼ ମାରି ୧୧ ହଜାର ୮୦୦ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି। ଶିକ୍ଷକ ଜଣକ ଅଚେତ ଅବସ୍ଥାରେ କିଛି ସମୟ ରହିଥିବା ବେଳେ କିଛି ଲୋକ ଉଦ୍ଧାର କରିଥିଲେ। ଏହା ପରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିରେ ସ୍ଥାନୀୟ କିଛି ଯୁବକ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି। ଏ ନେଇ ଶିକ୍ଷକ ଓ ଡ୍ରାଇଭର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଟ୍ରକଟି ଇଟା ନିର୍ମାଣ ପାଇଁ ପାଉଁଶ ଗୁଣ୍ଡ ଧରି ଲାଞ୍ଜିଗଡ ଠାରୁ ଜି.ଉଦୟଗିରି ଆସୁଥିବା ବେଳେ ଏହି ଘଟଣା ଘଟିଛି। ଉକ୍ତ ଟ୍ରକଟି ଭଞ୍ଜନଗର ନିକଟସ୍ଥ କ୍ଷତ୍ରିୟ ବରପୁର ବଡ଼ କୋଦଣ୍ଡା ଗ୍ରାମର ସନ୍ତୋଷ କୁମାର ଲେଙ୍କାଙ୍କ ଟ୍ରକ ବୋଲି ଜଣାପଡିଛି ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.